ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ପଦକୁ ନେଇ କମ୍ପନ

 ଜଗତସିଂହପୁର:  ରାଜ୍ୟରେ ବିଜେଡି ସରକାର ଥିଲାବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅଧୀନ ତିର୍ତ୍ତୋଲ ସବୁବେଳେ  ଚର୍ଚ୍ଚାରେ ରହି ଆସୁଥିଲା  ।  କେତେବେଳେ ବ୍ଲକ ସଭାପତି ଆସନକୁ ତ କେତେବେଳେ ଅଧକ୍ଷ ଆସନ ପାଇଁ  ଜବରଦସ୍ତ ଚର୍ଚ୍ଚାରେ ରହୁଥିଲା  । ଏବେ ୨୦୨୫ରେ ବ୍ଲକ ବିଜେଡି ସଭାପତି ଚୟନକୁ ନେଇ ହଟଚମଟ ଲାଗିରହିଛି  । ବିଜେଡି  ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାର ଶାସନ କରୁଥିଲା  । ୨୦୨୪ ସାଧାରଣ ନିର୍ବାଚନରେ ଦଳ ପରାଜୟର ସ୍ୱାଦ ଚାଖିଲା  । ଦଳ ହାରିଯାଇଛି ସତ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟ ଲାଭ କରିଛି  । ତିର୍ତ୍ତୋଲ ବିଜେଡି ବିଧାୟକ ଭାବେ ୨୦୧୯ ଉପ ନିର୍ବାଚନ ସମୟରେ ବିଜେପିରୁ ଆସିଥିବା ପ୍ରଫେସର ଡ଼. ରମାକାନ୍ତ ଭୋଇ ବିଜୟ ଲାଭ କରିଛନ୍ତି  । ବିଧାୟକ ଡ଼. ଭୋଇଙ୍କ ତିର୍ତ୍ତୋଲ ବିଜେଡି ପୁରୁଣା ସଂଗଠନ ବା ନେତୃତ୍ୱ ମାନଙ୍କ ସହିତ ନିଜକୁ ଖାପ ଖୁଆଇପାରୁନଥିବା ଆଲୋଚନା ହେଉଛି  । ସେ ତାଙ୍କର ଭିତରେ ଭିତରେ ଅଲଗା ଗୋଷ୍ଠୀ ସୃଷ୍ଟି କରିବାରେ ମସୁଧା ଚଳାଇଥିବା ଚର୍ଚ୍ଚା ହେଉଛି  । ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଭାବେ ୧୯୯୭/୯୮ରୁ ୨୦୦୦ ପର୍ଯ୍ୟନ୍ତ ବାବାଜୀ ଚରଣ ସାହୁ, ୨୦୦୧ରୁ ୨୦୦୫ ଅଶୋକ କୁମାର ରାଉତ, ୨୦୦୫ରୁ ୨୦୧୨ ଅଶ୍ୱିନୀ କୁମାର ଦାସ (କୁନା), ମଝିରେ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସମୟରେ କିଛି ମାସ ଅଶୋକ କୁମାର ମହାନ୍ତି, ୨୦୧୩ରୁ ୨୦୧୯ ବସନ୍ତ କୁମାର ମହାପାତ୍ର, ୨୦୧୯ରୁ ଅଦ୍ୟାବଧି ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ପଦରେ ୪ ନମ୍ବର ଜୋନର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ରହିଛନ୍ତି  । ସଭାପତି ଆସନ ପାଇଁ ସାଧାରଣତଃ ବିଧାୟକ ମାନେ ସେମାନଙ୍କ ସହିତ ଖାପ ଖୁଆଇଲା ଭଳି କର୍ମୀଙ୍କୁ ବାଛିଥାନ୍ତି  । ସେହି ଦୃଷ୍ଟିରୁ ତିର୍ତ୍ତୋଲ ବିଧାୟକ ନୂଆ ସଂଗଠନ, ନୂଆ ଲୋକ ଓ ନୂଆ ନେତୃତ୍ୱକୁ ବାଛୁଥିବା ନେଇ ଚର୍ଚ୍ଚା ହେଉଛି  । ସଭାପତି ଆସନଟି ହେଉଛି ତୃଣମୂଳ ସ୍ତରରେ ସମସ୍ତ କର୍ମୀମାନଙ୍କୁ ନେଇ ସଂଗଠନ କରିପାରୁଥିବା ଦରକାର  । ଯେଉଁମାନେ ରାଜନୀତିରେ ଦୀର୍ଘ ବର୍ଷଧରି ରହି ଦଳ ପାଇଁ ତ୍ୟାଗ ଓ ବଳିଦାନ ଓ ପରିପକ୍ୱ ହୋଇପାରିଥିବେ ସେହିଭଳି କର୍ମୀ ସଭାପତି ଆସନରେ ବସିଲେ ଦଳର ସାଙ୍ଗଠନିକ ସୁଦୃଢ ହୋଇପାରିବବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି  । ବର୍ତ୍ତମାନ ବିଜେଡି ବିରୋଧୀ ଦଳ ଭୂମିକାରେ ରହିଛି  । ତିର୍ତ୍ତୋଲ ବ୍ଲକ ଏଭଳି ଏକ ବ୍ଲକ ଯାହା ଦୁଇଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଛି  । ଏହି ବ୍ଲକ ଅଧୀନରେ ୮ଟି ପଞ୍ଚାୟତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ୨୧ଟି ପଞ୍ଚାୟତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ରହିଛି  । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିବା ସହିତ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ ଶିଳ୍ପମନ୍ତ୍ରୀ ମଧ୍ୟ ହୋଇଛନ୍ତି  । ତାଙ୍କର ଏହି ବ୍ଲକରେ ଦବଦବା ରହିଛି  । ଅପରପକ୍ଷରେ କଂଗ୍ରେସ ମଧ୍ୟ୍ୟ ନିଜକୁ ସୁଦୃଢ କରି ବ୍ଲକରେ ଦବଦବା ଜାହିର ରଖିଛି  । ସେହି ଦୃଷ୍ଟିରୁ ଜିଏବି ସଭାପତି ଆସନ ଅଳଙ୍କୃତ କରିବେ ବିଜେପି ଓ କଂଗ୍ରେସ ସହିତ ନିଜକୁ ସୁହାଇଲାଭଳି ଓ ବିଜେଡିର ଯୁବ, ଯୁବଛାତ୍ର, ମହିଳା, ଯୁବ ମହିଳା ସାଙ୍ଗଠନିକ ମାନଙ୍କୁ ନେଇ ଦଳକୁ ଆଗକୁ ନେପାରୁଥିବା ନେତୃତ୍ୱ ଆବଶ୍ୟକ ରହିଛି  । ତିର୍ତ୍ତୋଲ ବିଧାୟକ ଡ଼. ଭୋଇ ପୁରୁଣା ନେତୃତ୍ୱ ମାନଙ୍କୁ ଏତେଟା ଗୁରୁତ୍ୱ ଦେଉନଥିବା ନେଇ ଦଳ ଭିତରେ କମ୍ପନ ସୃଷ୍ଟି ହେଉଛି  । ନିକଟରେ ତିର୍ତ୍ତୋଲ ବ୍ଲକରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଡ଼. ଭୋଇ ଯୋଗଦେବାକୁ ଆସୁଥିବାବେଳେ ନେତୃତ୍ୱମାନଙ୍କୁ କୌଣସି ସୂଚନା ଦେଉନଥିବା ନେତୃତ୍ୱ ମାନେ ପ୍ରକାଶ କରିଛନ୍ତି  । ବିଧାୟକଙ୍କର ଏହିଭଳି ସାଙ୍ଗଠନିକ ଆଚରଣକୁ ନେଇ କିଛି ପୁରୁଣା କର୍ମୀ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ଜୋର ଧରିଛି  । ଏମିତିକି ବିଜେପିର ରାଷ୍ଟ୍ରୀୟ ନେତାଙ୍କ ସହିତ ଆଲୋଚନା ବି ସରିଛି  । ବିଧାୟକ ଡ଼. ଭୋଇ ନିଜର ଏକ ନୂତନ ଗୋଷ୍ଠୀ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି  । ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜଗତସିଂହପୁର ଜÿିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ୱିନୀ କୁମାର ଦାସ (କୁନା) ଜଣେ ଦକ୍ଷ ଓ ସବୁ ପ୍ରତିକୂଳ ସହିତ ସାଙ୍ଗଠନିକ ଦକ୍ଷତା ମଧ୍ୟ ରହିଛି  । ନୂଆ ନେତୃତ୍ୱ ଦଳର ମଙ୍ଗ ଧରିଲେ ଦଳ ଆହୁରି ସୁଦୃଢ ହେବା ସହିତ ନୂଆ ଆଭିମୁଖ୍ୟ ଦେଖିବାକୁ ମିଳିବ  । ତିର୍ତ୍ତୋଲ ବ୍ଲକରେ ବହୁ ପୁରୁଣା ବିଜେଡି କର୍ମୀ ଏମିତ ଅଛନ୍ତି ଯାହା ଧୀରେ ଧୀରେ ରାଜନୀତି ତଥା ଦଳରୁ ଦୂରେଇ ରହିଛନ୍ତି  । ବିଧାୟକ ଡ଼. ଭୋଇ ସେମାନଙ୍କୁ ପୁନର୍ବାର ଦଳରେ ସକ୍ରିୟ କରିବା ସହିତ ଏକ ନୂଆ ରୂପ ରଙ୍ଗ ଦେବାପାଇଁ ପ୍ରଚେଷ୍ଟା ଚଳାଇଛନ୍ତି  । ନୂଆ ଲୋକ, ନୂଆ ଦାୟିତ୍ୱ ଓ ଦଳ ପାଇଁ ସଦା ସର୍ବଦା ଆଗ୍ରହୀ ଥିବା କର୍ମୀଙ୍କୁ ବିଧାୟକ ଡ଼. ଭୋଇ ଅଗ୍ରାଧିକାର ଦେବାପାଇଁ ଯୋଜନା କରୁଥିବା ନେଇ କର୍ମୀଙ୍କ ମହଲରେ ଆଲୋଚନା ହେଉଛି  । ଯାହା ଦଳ ପାଇଁ ଭଲ ହେବ ତାହା ବିଧାୟକ ଡ଼. ଭୋଇ କରିବେବୋଲି ଜÿିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ୱିନୀ କୁମାର ଦାସ ମତବ୍ୟକ୍ତ କରିଥିଲେ  ।
 ସଭାପତି ଆସନକୁ ନେଇ ବିଧାୟକଙ୍କର ଆଭିମୁଖ୍ୟ ସ୍ପଷ୍ଟ ନଥିଲେ ମଧ୍ୟ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ପଦକୁ ନେଇ ତିନି ଜଣ ଚର୍ଚ୍ଚାରେ ରହୁଥିବା ବେଳେ ବିଧାୟକ ଡ଼. ଭୋଇ ନିଜର ଦୂର ସମ୍ପର୍କୀୟ କର୍ମୀଙ୍କୁ ସଭାପତି ଆସନରେ ବସାଇବା  ନେଇ ଜୋର ଚର୍ଚ୍ଚା ଧରିଛି  ।