ସୁଭଦ୍ରା’ ଲଞ୍ଚିଂ ଓ ସ୍ୱଚ୍ଛତା ହିଁ ସେବା ଅଭିଯାନ
ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର : ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋସôାହିତ କରିବା ପାଇଁ ସରକାରଙ୍କ “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଜନ୍ମ ଦିନ ଅବସରେ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀଙ୍କୁ ୧୨୫୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏହି ଅବସରରେ ଜାଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ସୁନିସିପାଲିଟି ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଏବଂ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ସ୍ଥାନୀୟ ଲୋକ ପ୍ରତିନିଧି, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ପ୍ରତି ବ୍ଲକରୁ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ମାନିତ କରିବା ସହ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ହିତାଧିକାରୀଙ୍କୁ ନିର୍ମାଣ ଆଦେଶ ପତ୍ର ବଣ୍ଟନ କରଯାଇଥିଲା ଏବଂ ସ୍ୱଚ୍ଛ ଓ ସୁନ୍ଦର ଜଗତସିଂହପୁର ଗଠନ ପାଇଁ ସମସ୍ତେ ସ୍ୱଚ୍ଛତାର ଶପଥ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ପୌର ପରିଷଦ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ହିତାଧିକାରୀଙ୍କ ପ୍ରଥମ ସହାୟତା ରାଶି ପ୍ରଦାନ ନିମନ୍ତେ ସୁଭଦ୍ରା ମେଗା ଲଞ୍ଚିଂ କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଲେ ଯେ, ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ । ଭାରତର ପ୍ରଧାନମନ୍ତ୍ରୀଙ୍କ କରକମଳରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ଏକ କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶାର ନାରୀମାନେ ହେବେ ସ୍ୱାବଲମ୍ବୀ ଓ ସ୍ୱ ରୋଜଗାରକ୍ଷମ । ସ୍ୱଚ୍ଛତା ହିଁ ସେବା ଅଗ୍ରାଧିକାର ଦେଇ ବିଧାୟକ ଶ୍ରୀ ଦାସ କହିଲେ, ସ୍ୱଭାବ ସ୍ୱଚ୍ଛ ଓ ସଂସ୍କାର ସ୍ୱଚ୍ଛ ରହିଲେ ଯାଇ ସରକାରଙ୍କର ସମସ୍ତ ଯୋଜନା ସ୍ୱଚ୍ଛ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ।