୧୮ରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

 ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପିସିସି ଉପ ସଭାପତି ତଥା ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୁଷଣ ମଲ୍ଲିକ, ପାରାଦ୍ୱୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ପିସିସି ସଭ୍ୟ ଦେବପ୍ରସାଦ ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ନେତା ଜ୍ଞାନ ରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବାକୁ ରଣନିତୀ ପ୍ରସ୍ତୁତ କରିଥିଲେ । ଏହି ସମାବେଶରେ ପିସିସି ଉପସଭାପତି ତଥା ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ସାଧାରଣ ସମ୍ପାଦକ ତଥା ବିଧାୟକ ଅଶୋକ ଦାସ, ପିସିସି ସାଧାରଣ ସମ୍ପାଦକ ୟାସିର୍ ନୱାଜ, ପିସିସି ସମ୍ପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ ଓ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଅଛି ।