ତ୍ରିଦେବୀ ମନ୍ଦିର ପ୍ରତିଷ୍ଠା
ନୀଳଗିରି: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୨ନଂ ୱାର୍ଡ ରାଜାବଗିଚାରେ ତ୍ରିଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ମହିଳା ଓ ପୁରୁଷ ଏହି ଅବସରରେ ସ୍ଥାନୀୟ ଶଙ୍କରାଖୁଣ୍ଟା ପୋଖରୀରୁ ଘଟୋତ୍ତଳନ କରି ଶୋଭାଯାତ୍ରାରେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚôଥିଲେ । ମା’ ମନସା, ମା’ କାଳୀବସନ୍ତୀ, ମା’ ପଶ୍ଚିମା ଏବଂ ଛତ୍ରମହାବୀରଙ୍କ ମନ୍ଦିର ପ୍ରତିଷ୍ଠା ସହ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଧିବାସ, ନାମଯଜ୍ଞ, ପୂଜାପାଠ ମଧ୍ୟ ଅନୁଷ୍ଠିତ ହୋଇଥିବାବେଳେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଏନ୍ଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ୧ନଂ ୱାର୍ଡ କାଉନସିଲର ରତିପ୍ରଭା ସାହୁ, ନେତ୍ରୀ ରଜନୀ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିବା ଦେଖିବାକୁ ମିଳିଛି । ରାଜାବଗିଚା ମନ୍ଦିର କମିଟି ପକ୍ଷରୁ ରବୀନ୍ଦ୍ର ବେହେରା, ଅତୁଲ ସ, କମଳଲୋଚନ ମଣ୍ଡଳ, ବାବାଜୀ ବେହେରା, ସ୍ୱରୂପ ଗିରି, ସୁଶାନ୍ତ ପ୍ରଧାନ, ପ୍ରଭାକର ପଣ୍ଡା, ମୀତା ପଣ୍ଡା, ପୁଷ୍ପଲତା ବେହେରା, ଅଜୟ ପ୍ରଧାନ, ଜଗବନ୍ଧୁ ବେହେରା, ସସ୍ମିତା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।