ପାଲେଷ୍ଟାଇନ୍ ସଂହତି ଦିବସ
ବାଲେଶ୍ୱର: ଯୁଦ୍ଧଖୋର ଇସ୍ରାଏଲ୍ର ସାମ୍ରାଜ୍ୟବାଦୀ ନୀତିକୁ ବିରୋଧ କରି ଓ ପାଲେଷ୍ଟାଇନ୍ ସଂହତି ଦିବସରେ ବାଲେଶ୍ୱରରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଶତାଧିକ ବ୍ୟକ୍ତି ସ୍ଥାନୀୟ ଫକୀରମୋହନ ଗୋଲେଇ ପାଶ୍ୱର୍ରେ ମାନବ ଶୃଙ୍ଖଳ ପ୍ରଦର୍ଶନ କରି ‘ଯୁଦ୍ଧ ନୁହେଁ ଶାନ୍ତି’ର ନାରା ଦେଇଥିଲେ । ସାମ୍ରାଜ୍ୟବାଦୀ ଆମେରିକାର ସମର୍ଥନରେ ଇସ୍ରାଏଲ୍ର ଗତ ଦେଢ଼ବର୍ଷ ଧରି ଆକ୍ରମଣରେ ପାଲେଷ୍ଟାଇନ୍ବାସୀ ଖାଦ୍ୟ, ପାନୀୟ ଓ ଚିକିତ୍ସା ଅଭାବରୁ ପ୍ରତିଦିନ ମୃତୁ୍ୟବରଣ କରୁଛନ୍ତି । ପାଲେଷ୍ଟାଇନ୍ ନିଜ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରୁଛି ବୋଲି ବକ୍ତାମାନେ ଏହି ମାନବ ଶୃଙ୍ଖଳ ଅବସରରେ ପ୍ରକାଶ କରିଥିଲେ । ସିପିଆଇ(ଏମ୍)ର ଜିଲ୍ଲା ସଂପାଦକ ଶିଶିର ହୁଇ ଓ ଅକ୍ଷୟ ମିଶ୍ର, ସିପିଆଇର ଜିଲ୍ଲା ସହ ସଂପାଦକ ଭାଗବତ ପ୍ରତିହାରୀ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇ ଯୁଦ୍ଧ ବିରୋଧରେ ଓ ବିଶ୍ୱଶାନ୍ତି ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୀତାଂଶୁ ସେନାପତି, ମାୟାଧର ନାୟକ, ବିଜୟ ପାତ୍ର, ଯତୀନ୍ ପାତ୍ର, ପ୍ରେମରଞ୍ଜନ ପାତ୍ର, ଆଶୁତୋଷ ପରିଡ଼ା, ଶ୍ୟାମସୁନ୍ଦର ଜେନା, ଦୀପ୍ତିମାନ ଆଚାର୍ଯ୍ୟ, ଶରତ ଚନ୍ଦ୍ର ଦଳାଇ, ନିର୍ମଳ ନାୟକ, ରାଜକିଶୋର ଲେଙ୍କା, ରବୀନ୍ଦ୍ର ବେରା, ଭରତ ଚନ୍ଦ୍ର ସେଠୀ, ଭଗବାନ ମାଝୀ, ସନ୍ତୋଷ ସାହୁ, ପରେଶ ସାହୁ, ଗୋବିନ୍ଦ ବାରିକ, ସିକନ୍ଦର ଖାଁ, ଅକ୍ଷୟ ରଣା ଓ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
