ଥାଇଲାଣ୍ଡ ସୁନ୍ଦରୀ ମିସ୍ୱାର୍ଲ୍ଡ
ନୂଆଦିଲ୍ଲୀ : ଥାଇଲାଣ୍ଡ୍ର ଓପାଲ ସୂଚାତା ଚୁଆଙ୍ଗଶ୍ରୀ ୭୨ତମ ମିସ୍ ୱାର୍ଲ୍ଡ ଟାଇଟଲ୍ର ତାଜ୍ ପିନ୍ଧିଛନ୍ତି । ତେଲେଙ୍ଗାନାର ହାଇକେଟ୍ ଏକ୍ଜିବିସନ୍ ସେଣ୍ଟର୍ ଠାରେ ଆୟୋଜିତ ହୋଇଥିବା ୭୨ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଓପାଲଙ୍କୁ ବିଶ୍ୱସୁନ୍ଦରୀର ତାଜ୍ ପିନ୍ଧାଇଛନ୍ତି ୨୦୨୪ର ମିସ୍ୱାର୍ଲ୍ଡ କ୍ରିଷ୍ଟିଆନା ଜୋକୋଭା । ଏହିକ୍ରମରେ ଇଥିଓପିଆର ହାସେଟ୍ ଡିରେଜେ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ଦ୍ୱିତୀୟ ରନର୍ସଅପ୍ ଭାବେ ତାଜ୍ ପିନ୍ଧିଛନ୍ତି ପୋଲାଣ୍ଡର ମାଜା କ୍ଲାଜଦା ଏବଂ ତା ପଛକୁ ଚତୁର୍ଥ ସ୍ଥାନକୁ ରହିଛନ୍ତି ମାର୍ଟିନକୁଇସ୍ ଅରିଲେ ଜାଓଚିମ୍ । ସୂଚନାଯୋଗ୍ୟ ଚଳିତବର୍ଷ ପାଇଁ ମୋଟ୍ ୧୦୮ ପ୍ରତିଯୋଗୀ ଏହି ମିସ୍ୱାର୍ଲ୍ଡ ୨୦୨୫ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଭାରତ ପକ୍ଷରୁ ମଡେଲ୍ ନନ୍ଦିନୀ ଗୁପ୍ତା ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ନନ୍ଦିନୀ ଟପ୍ ୨୦ରେ ସୀମିତ ରହିଥିବା ଜଣାପଡ଼ିଛି । ତେବେ ଏହି ୭୨ତମ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ୨୦୧୬ର ବିଶ୍ୱ ସୁନ୍ଦରୀ ଷ୍ଟିଫାନ୍ ଡେଲ୍ ଭାଲେ ଉପସ୍ଥାପିକା ଭାବେ ଯୋଗ ଦେଇ ଭାରତର ପାରମ୍ପରିକ ଲେହେଙ୍ଗାକୁ ପ୍ରଦର୍ଶନ କରିଥିଲେ । ବଲିଉଡ୍ ଆକ୍ଟର ସୋନୁ ସୁଦ, ଗ୍ଲୋବାଲ୍ ଆମ୍ବାସାଡର୍ ପୁରସ୍କାର ପ୍ରାପ୍ତ ସୁଧା ରେଡ୍ଡୀ, ୨୦୧୪ର ମିସ୍ ଇଂଲଣ୍ଡ ଡ. କାର୍ୟାନା ଟରେଲ୍ ଓ ୨୦୨୪ ମିସ୍ୱାର୍ଲ୍ଡ ବିଜେତା କ୍ରିଷ୍ଟିଆନା ଜୋକୋଭା ପ୍ରମୁଖଙ୍କୁ ଆୟୋଜିତ ଜଜ୍ମେଣ୍ଟ ପ୍ୟାନେଲ୍ ଏହି ସମାରୋହରେ ଓପାଲ୍ଙ୍କୁ ବିଶ୍ୱ ସୁନ୍ଦରୀ ଭାବେ ଚୟନ କରିଥିଲେ ।