ଦିଅଁଙ୍କୁ ଲାଗି ହେଲା ଫୁଲୁରୀ ତେଲ

ଦିଅଁଙ୍କୁ ଲାଗି ହେଲା ଫୁଲୁରୀ ତେଲ

 ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ଶୀତଳା ମନ୍ଦିରର ସୁନା କୁଅରୁ ଅଣାଯାଇଥିବା ୧୦୮ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରାକ୍ରାନ୍ତ ହୋଇ ଏବେ ଚତୁର୍ଦ୍ଧାମୂର୍ତ୍ତି ଅନବସରରେ ଅଛନ୍ତି । ଦଇତାପତି ସେବକଙ୍କ ଦ୍ୱାରା ଅଣସର ଘରେ ଚାଲିଛି ଗୁପ୍ତ ସେବା ।  ଆଷାଢ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କ ପୀଡ଼ା ଉପଶମ ପାଇଁ ଅଣସର ପିଣ୍ଡିରେ ପହଞ୍ଚôଛି ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ତେଲ ଯୋଗାଇ ଦିଆଯାଇଛି । ଦଇତାପତିମାନେ ଶ୍ରୀ ଅଙ୍ଗରେ ଏହି ଫୁଲୁରୀ ତେଲ ଲାଗି କରିବେ । ଘଣାରେ ପେଡ଼ାଯାଇଥିବା ବିଶୁଦ୍ଧ ରାଶି ତେଲରେ କିଆ, କେତକୀ, ଚନ୍ଦନ ଓ ବେଣା ଚେର ଆଦି ପକାଯାଇ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଛି । ଗତ ବର୍ଷ ହେରାପଞ୍ଚମୀ ଠାରୁ ଓଡ଼ିଆ ମଠ ପକ୍ଷରୁ ଫୁଲୁରୀ ତେଲ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକ ମାଟି ହାଣ୍ଡିରେ ଏହି ତେଲକୁ ରଖାଯାଇ ଘୋଡ଼ଣି ସହ ମାଟିରେ ପୋତାଯାଇଥିଲା । ବର୍ଷକ ପରେ ଏହି ତେଲ ବାହାର କରାଯାଇ କୋଡ଼ୁଆ ସହିତ ଶ୍ରୀମନ୍ଦିରକୁ ଅଣାଯାଇଛି । ଓଡ଼ିଆ ମଠର ମହନ୍ତ ଓ ଶିଷ୍ୟମାନେ ଏହି ଫୁଲୁରୀ ତେଲ କୁଡ଼ୁଆ ନେଇ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିରକୁ ଯାଇ ଗାରଦରେ ଜିମା ଦେଇଛନ୍ତି । ପାରମ୍ପରିକ ବିଧିବିଧାନ ଅନୁଯାୟୀ ଦଇତାପତିମାନେ ଏହି ଫୁଲୁରୀ ତେଲ ମହାପ୍ରଭୁଙ୍କୁ ଲାଗି କରିଛନ୍ତି ।