ଦିଗପହଣ୍ଡିରେ ବାଘର ପାଦ ଚିହ୍ନ ନେଇ ଚର୍ଚ୍ଚା  ଟ୍ରାପ୍ କରିବାକୁ ଜଙ୍ଗଲରେ ଲଗାଯାଇଛି ପଏଂଟ କ୍ୟାମେରା, ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ 

ଦିଗପହଣ୍ଡିରେ ବାଘର ପାଦ ଚିହ୍ନ ନେଇ ଚର୍ଚ୍ଚା  ଟ୍ରାପ୍ କରିବାକୁ ଜଙ୍ଗଲରେ ଲଗାଯାଇଛି ପଏଂଟ କ୍ୟାମେରା, ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ 


ଗଞ୍ଜାମ - ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବାଘ ଆତଙ୍କ ଦେଖାଦେଇଛି  । ଗଙ୍ଗାପୁର ପଂଚାୟତ ଅନ୍ତର୍ଗତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବାଘର ପାଦ ଚିହ୍ନ ପଡିଥିବା ଚର୍ଚ୍ଚା ହେଉଛି  । ଖବର ପାଇ ବ୍ରହ୍ମପୁର ଏସିଏଫ, ଦିଗପହଣ୍ଡି ରେଞ୍ଜର ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି  । ତେବେ ଏହା ବାଘ ନା ଅନ୍ୟ କୌଣସି ଜଙ୍ଗଲି ଜନ୍ତୁର ପାଦ ଚିହ୍ନ ତାହା ତଦନ୍ତ ପରେ ଜଣାପଡିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ  । ବାଘକୁ ଟ୍ରାପ୍ କରିବାକୁ ଜଙ୍ଗଲରେ ଲଗାଯାଇଛି ପଏଂଟ କ୍ୟାମେରା  । ରାତିରେ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ  । ଅନ୍ୟପକ୍ଷରେ ବାଘକୁ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି  ।