ଚିଙ୍ଗୁଡ଼ି ଘେରିରେ ପଶିଲା କୁମ୍ଭୀର

କେନ୍ଦ୍ରାପଡ଼ା- ଚିଙ୍ଗୁଡ଼ି ଘେରିରେ ପଶିଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋହ୍ଲା ଗ୍ରାମ ନିକଟସ୍ଥ ଏକ ଚିଙ୍ଗୁଡ଼ି ଘେରିକୁ କୁମ୍ଭୀର ପଶି ଆସିଥିବା ଏବଂ ପାଣିରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଚିଙ୍ଗୁଡ଼ି ଘେରି ମାଲିକ ପାଣିରେ କୁମ୍ଭୀର ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଭିତରକନିକା ଅଭୟାରଣ୍ୟକୁ ସଂଯୋଗ ହୋଇଥିବା ବ୍ରାହ୍ମଣୀ ନଦୀରୁ କୁମ୍ଭୀରଟି ଚିଙ୍ଗୁଡ଼ି ଘେରି ମଧ୍ୟକୁ ପଶି ଆସିଥିବା ଅନୁମାନ କରାଯାଉଛି ।