ଦିନିକିଆ ସିରିଜ୍ ଜିତିଲା ଭାରତ : ଜୟସ୍ୱାଲଙ୍କ ପ୍ରଥମ ଶତକ
ପୁଣି ‘ରୋକୋ’ କମାଲ
କୁଲଦୀପ ଓ ପ୍ରସିଦ୍ଧଙ୍କ ଘାତକ ବୋଲିଂ
ବିଶାଖାପାଟଣା : ପୁଣି କମାଲ କରିଛନ୍ତି ରୋକୋ ଯୋଡ଼ି । ଶେଷ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ସିରିଜ ଜିତଛି ଭାରତ । ଫର୍ମକୁ ଫେରି ଶତକୀୟ ଇନିଂସ ଖେଳିଛନ୍ତି ଜୟଶ୍ୱାଲ । କୁଲଦୀପ ଯାଦବ ଓ ପ୍ରସିଦ୍ଧ କ୍ରୀଷ୍ଣା ଘାତକ ବୋଲିଂ କରି ୪ଟି ଲେଖା ୱିକେଟ ନେଇଛନ୍ତି । ଭାରତ ଏହି ସିରିଜକୁ ୨-୧ରେ ଜିତିନେଇଛି । ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୭୫ ରନ କରିଥିବାବେଳେ ଜୟସ୍ୱାଲ ଅପରାଜିତ ୧୧୬ ରନ କରିଥିଲେ । ସେହିପରି ବିରାଟ କୋହଲି ବିସ୍ଫୋରକ ଇନିଂସ ଖେଳି ମାତ୍ର ୪୫ ବଲରେ ୬୫ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ୱିକେଟ କେଶବ ମହାରାଜ ନେଇଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ରିୟାନ ରିକଲଟନଙ୍କ ୱିକେଟ ହରାଇଥିଲେ ବି କ୍ୱିଣ୍ଟନ ଡି’କକ ଓ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ବାଭୁମା ୪୮ ରନ କରି ଆଉଟ ହୋଇଥିବାବେଳେ ଡିକକ୍ ନିଜର ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ୧୦୬ ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । ସେହିପରି ମାଥ୍ୟୁ ବ୍ରିଜକେ ୨୪ ରନ କରିଥିବାବେଳେ ଡେୱାଲ୍ଡ ବ୍ରେଭିସ ୨୯ ରନ କରିଥିଲେ ।