ଏଏସଆଇ ପକ୍ଷରୁ ବୋନ୍ ମିନେରାଲ ଡେନ୍ସିଟି ଯାଞ୍ଚ : ସାମିଲ ହେଲେ ୧୫୦ ଯୁବ ଆଥଲେଟ
ଭୁବନେଶ୍ୱର : ଯୁବ ଆଥଲେଟମାନଙ୍କ ପାଇଁ ପ୍ରଥମ ଥର କଳିଙ୍ଗ ଷ୍ଟାଡିୟମ୍ରେ ବିନା ମୂଲ୍ୟରେ ବୋନ୍ ମିନେରାଲ ଡେନସିଟି ଯାଞ୍ଚ ଶିବିର ଶନିବାର ଆୟୋଜନ କରାଯାଇଥିଲା । ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍ରେ ତାଲିମ ନେଉଥିବା ରାଜ୍ୟସ୍ତରର ୧୫୦ ଜଣ ଉଦୀୟମାନ ଆଥ୍ଲେଟଙ୍କ ଠାରେ ଯୁବାବସ୍ଥାରେ ସମ୍ଭାବ୍ୟ ଅସ୍ଥି ସମ୍ପର୍କିତ ଅଭାବ ଠାବ କରିବା ଏହି ପ୍ରୟାସର ଉଦ୍ଦେଶ୍ୟ ଥିଲା । ଆଦ୍ୟ ନିରୂପଣ ଦ୍ୱାରା ତାହା କ୍ରୀଡାବିତ୍ଙ୍କ ମଧ୍ୟରେ ଆଘାତ ନିବାରଣରେ ସହାୟକ ହୋଇଥାଏ ।
ଏହି ଶିବିର କ୍ରୀଡା ବିଜ୍ଞାନ ବିଶାରଦ ଓ ସର୍ଜନ ଡା.ସାର୍ଥକ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ (ଏସ୍ଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା । ଶିବିରରେ ଡେକ୍ସା-ଭିତ୍ତିକ ସ୍ଥାନାନ୍ତରଯୋଗ୍ୟ ସ୍କାନର୍ ବ୍ୟବହାର କରି ଆଥ୍ଲେଟମାନଙ୍କର ଅସ୍ଥି ସ୍ୱାସ୍ଥ୍ୟ ଆକଳନ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ବିନା କଟାକଟିରେ ଏହି ପରୀକ୍ଷା ନିରୀକ୍ଷା ଅସ୍ଥିର ସାମର୍ଥ୍ୟ ଓ ଖଣିଜ ସ୍ତର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲା । ଏହା କୋଚ ଏବଂ ଫିଜିଓଥେରାପିଷ୍ଟମାନଙ୍କୁ ପ୍ରତ୍ୟେକ ଆଥଲେଟଙ୍କର ଉଚ୍ଚ ପ୍ରଦର୍ଶନ ଆଧାରିତ ତାଲିମ ନିମନ୍ତେ ଶାରୀରିକ ଗଠନମୂଳକ ପ୍ରସ୍ତୁତି ସମ୍ପର୍କରେ ବୁଝିବାରେ ସହାୟକ ହୋଇଥିଲା । ଦିନେଶ ସୁରୀ, ଚିଫ୍ ଅପରେଟିଂ ଅଫିସର ଓଡିଶା ଆଥ୍ଲେଟିକ ପ୍ରୋଜେକ୍ଟ କହିଥିଲେ, କ୍ରୀଡା ଓ ଯୁବ ସେବା ବିଭାଗ (ଡିଏସ୍ୱାଇଏସ୍) ଦ୍ୱାରା ପରିଚାଳିତ ହୋଇ ଏହି ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି ।