ରେକର୍ଡ କଲେ ଗିଲ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ନବମ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମକôାର ପ୍ରଦର୍ଶନ କରିଛନ୍ତି । ମ୍ୟାଚ୍ରେ ଶୁଭମନ ଗିଲ୍ ୨୭ ବଲରେ ୩୮ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ ସହିତ ଶୁଭମନ ଗିଲ ମଧ୍ୟ ତାଙ୍କ ନାମରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ଆଇପିଏଲରେ ଏହି ଗ୍ରାଉଣ୍ଡରେ ୧୦୦୦ ରନ୍ ପୂରଣ କରିଛନ୍ତି ଶୁଭମନ ଗିଲ । ଏକ ହଜାର ରନ୍ ପୂରଣ କରିବାରେ ଶୁଭମନ ଗିଲ ଦ୍ୱିତୀୟ ଦ୍ରୁତତମ ବ୍ୟାଟର । ଆଇପିଏଲର ୨୦  ଇନିଂସରେ ଶୁଭମନ ଏହି ସଫଳତା ହାସଲ କରିଛନ୍ତି । ଦ୍ରୁତତମ ୧୦୦୦ ଆଇପିଏଲ୍ ରନ୍ ସ୍କୋର କରିବାରେ କ୍ରିସ୍ ଗେଲଙ୍କ ନାମ ଶୀର୍ଷରେ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଗ୍ରାଉଣ୍ଡରେ ଆଇପିଏଲରେ ମାତ୍ର ୧୯ ଇନିଂସରେ ୧ ହଜାର ରନ୍ ପୂରଣ କରିଥିଲେ କ୍ରିସ୍ ଗେଲ୍ । ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ଡେଭିଡ ୱାର୍ଣ୍ଣରଙ୍କ ନାମ ରହିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମରେ ୱାର୍ଣ୍ଣର ମାତ୍ର ୨୨ ଇନିଂସରେ ୧ ହଜାର ରନ୍ ପୂରଣ କରିଥିଲେ । ଆଇପିଏଲ୍ ୨୦୨୫ରେ ଗୁଜୁରାଟ ଏବଂ ମୁମ୍ବାଇ ମଧ୍ୟରେ ହୋଇଥିବା ମ୍ୟାଚ୍ ବିଷୟରେ କହିଲେ ହାର୍ଦ୍ଧିକ ପାଣ୍ଡ୍ୟା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଗୁଜୁରାଟ ପାଇଁ ସାଇ ସୁଦର୍ଶନଙ୍କ ସହ ଅଧିନାୟକ ଶୁଭମନ ଗିଲ ଏକ ଭଲ ଆରମ୍ଭ କରିଥିଲେ । ସୁଦର୍ଶନ ଏବଂ ଗିଲଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୮ ରନ୍ ଭାଗିଦାରୀ ହୋଇଥିଲା ।