ଦିନିକିଆରେ ନମ୍ବର ୱାନ କିଙ୍ଗ୍ କୋହଲି
ନୂଆଦିଲ୍ଲୀ : ଦିନିକିଆରେ ପୁଣି ନମ୍ବର ୱାନ୍ କିଙ୍ଗ କୋହଲି । ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରନ ମେସିନ ବିରାଟ କୋହଲି । ୭୮୫ ପଏଣ୍ଟ ସହିତ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର-୧ ମାନ୍ୟତା ମିଳିଛି । ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ନମ୍ବର ୩କୁ ଖସି ଆସିଛନ୍ତି । ଟପ୍ ଫାଇଭରେ ଅଛନ୍ତି ତିନି ଭାରତୀୟ । ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ମିଚେଲ୍ ରହିଥିବାବେଳେ ତୃତୀୟ ସ୍ଥାନରେ ଭାରତର ରୋହିତ ଶର୍ମା ଓ ପଞ୍ଚମ ସ୍ଥାନରେ ରହିଛନ୍ତି କ୍ୟାପଟେନ୍ ଶୁବମନ୍ ଗିଲ । ଦଶମ ସ୍ଥାନରେ ଶ୍ରେୟସ ଆୟାର୍ ଓ ୧୧ତମ ସ୍ଥାନରେ ଅଛନ୍ତି କେ.ଏଲ୍. ରାହୁଲ । ବିରାଟ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ସେ ମ୍ୟାଚ ବିଜୟୀ ୯୩ ରନ କରିଥିଲେ । ଏସବୁ ଲଢୁଆ ଇନିଂସ ତାଙ୍କୁ ଅଧିକ ପଏଣ୍ଟ ପ୍ରଦାନ କରିବା ସହ ମାନ୍ୟତାରେ ଉନ୍ନତି ଘଟାଇଛି । ଅନ୍ୟପଟେ ଟି-୨୦ ରାଙ୍କିଂରେ ଟିମ୍ ଇଣ୍ଡିଆର ବିସ୍ଫୋରକ ଖେଳାଳି ଅଭିଷେକ ଶର୍ମା ଟପ୍ ରେ ଅଛନ୍ତି । ତାଲିକାର ତିନି ନମ୍ବରରେ ରହିଛନ୍ତି ତିଲକ ବର୍ମା । ତେବେ ଟେଷ୍ଟ ରାଙ୍କିଂରେ ଟପ୍ ଫାଇଭରେ ଭାରତର କୌଣସି ଖେଳାଳି ନାହାନ୍ତି । ଅଷ୍ଟମ ସ୍ଥାନରେ ଜୟସ୍ୱାଲ ରହିଥିବାବେଳେ ୧୦ ନମ୍ବରରେ ଅଛନ୍ତି ଗିଲ୍ ।
Samir Kumar Rout