ସିରିଜ୍ ପୋଛିନେଲା ଭାରତ : ଶେଷ ମ୍ୟାଚରେ ବିି ହାରିଲା ଇଂଲଣ୍ଡ

 ଅହମଦାବାଦ  : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ଭାରତ ଏହି ମ୍ୟାଚ୍ରେ ବିଜୟ ହାସଲ କରିଛି । ୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍ରେ ପରାସ୍ତ ହୋଇଛନ୍ତି । ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି । ଏଥି ସହିତ ଭାରତୀୟ ଟିମ୍ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି । ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ । ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା । ଭାରତ ପାଇଁ ଆଜି ଯୁବ କ୍ରିକେଟର ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ ଇନିଂସ ଖେଳିଥିଲେ । ଆରମ୍ଭରୁ ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା । ରୋହିତ ଶର୍ମା ମାତ୍ର ୨ଟି ବଲ୍ ସାମ୍ନା କରିପାରିଥିଲେ । ଏଥିରୁ ସେ ଏକ ରନ୍ କରି ମାର୍କ ଉଡ୍ଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ ।
୬ ରନ୍ରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା କିନ୍ତୁ ଦ୍ୱିତୀୟ ୱିକେଟ୍ ପାଇଁ ବିରାଟ କୋହଲି ଓ ଶୁଭମନ୍ ଗିଲ୍ ୧୧୬ ରନ୍ର ଭାଗିଦାରୀ କରିପାରିଥିଲେ । ଇଂଲଣ୍ଡର ଦ୍ୱିତୀୟ ଶିକାର ହୋଇଥିଲେ ବିରାଟ କୋହଲି । ଅର୍ଦ୍ଧଶତକ ହାସଲ କରିବା ପରେ ଆଦିଲ ରସିଦ୍ଙ୍କ ବଲ୍ ଖେଳିବାକୁ ଯାଇ ଫିଲ୍ ସଲ୍ଟଙ୍କୁ କୋହଲି କ୍ୟାଚ୍ ଦେଇଥିଲେ । ୨୨୬ ରନ୍ ଥିବା ବେଳେ ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ଶୁଭମନ୍ ଗିଲ୍ । ସେ ଶ୍ରେୟସ ଆୟର ୧୧୦ ରନ୍ ଭାଗିଦାରୀ କରିପାରିଥିଲେ । ଯୁବ ବ୍ୟାଟର ଶୁଭମନ୍ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ । ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ ।୨୫୫ ରନ୍ରେ ଭାରତ ୪ର୍ଥ ୱିକେଟ୍ ଭାବେ ଶ୍ରେୟସ ଆୟରଙ୍କୁ ହରାଇଥିଲା । ଆୟର ନିଜର ୨୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ ପରେ ଆଦିଲ ରସିଦଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ । ଭାରତର ୫ମ ୱିକେଟ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ । ସେ ୯ଟି ବଲ୍ ସାମ୍ନା କରିଥିଲେ । ଏଥିରୁ ସେ ୯ଟି ଛକା ମାରି ନିଜର ବ୍ୟକ୍ତିଗତ ସ୍କୋର ୧୭ ରନ୍ ସଂଗ୍ରହ କରିଥିଲେ । ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହର୍ଷିତ ରାଣା ୧୩ ରନ୍, ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ । ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା । ମାର୍କ ଉଡଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।