ମହାକାଶରୁ ଫେରୀଲେ ୪ ମହାକାଶଚାରୀ

ମହାକାଶରୁ ଫେରୀଲେ ୪ ମହାକାଶଚାରୀ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍‌ଏସ୍‌)ରୁ ଭୂପୃଷ୍ଠକୁ ଫେରୀଲେ ୪ ମହାକାଶଚାରୀ । ସ୍ପେଶ ଷ୍ଟେସନରେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ସେମାନେ ଫେରି ଆସିଛନ୍ତି । ଫଳରେ ନାସା କ୍ରୁ-୧୧ ମିଶନର ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଇଏସ୍‌ଏସରେ ୨୫ ବର୍ଷ ଇତିହାସରେ ପ୍ରଥମ ଥର ଏପରି ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରାଯାଇଛି । ଏହି ଟିମରେ ନାସାର ମହାକାଶଚାରୀ ଜେନା କାର୍‌ଡମାନ୍‌ ଓ ମାଇକ୍‌ ଫିଙ୍କ ଓ ଜାକ୍ସାର କିମିୟା ୟୁଇ ଓ ରୋସ୍କସ୍ମସ୍‌ ମହାକାଶଚାରୀ ଓଲେଗ୍‌ ପ୍ଲାଟୋନଭ୍‌ ଅଛନ୍ତି ।

   

ମହାକାଶଚାରୀମାନେ ଭାରତୀୟ ସମୟ ଅନୁଯାୟୀ  ଆଜି ଅପରାହ୍ଣ ୨ଟା୧୧ ମିନିଟରେ କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ । ତେବେ ଗୋପନୀୟତା ବଜାୟ ରଖିବାକୁ ନାସା ଅସୁସ୍ଥ ମହାକାଶଚାରୀଙ୍କ ନାମ ଓ ଅସୁସ୍ଥତା କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।