ପୁଣୀ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ 

ପୁଣୀ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ 

ପୁରୀ : ପୁଣି ଶ୍ରୀମନ୍ଦିର ଅବ୍ୟବସ୍ଥା । ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନରେ କଥା ହେଉଥିବାର ଭିଡିଓ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ବାରଣ ହୋଇଥିଲେ ମଧ୍ୟ ବ୍ୟକ୍ତି ଜଣକ ମନ୍ଦିର ଭିତରକୁ କିପରି ଫୋନ୍‌ ନେଇକି ଗଲେ ତାହା ପ୍ରଶ୍ନ ସୃଷ୍ଟି କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ବାରମ୍ବାର କିନ୍ତୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଏହି ଘଟଣାର ତଦନ୍ତ ଚାଲିଛି ।