ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ

ଧର୍ମଶାଳା : ବହୁ କ୍ରସର କର୍ମଚାରୀ ଅରଜିତ ଜେନାଙ୍କ ମାଉସୀ ପୁଅ ଭାଇ ନେଥେକାଚଣ୍ଡିଆ ଅଞ୍ଚଳର ସୁଜିତ ଜେନା ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ରମ୍ପେଇ ଛକ ନିକଟରେ କିଛି ଦୁବୁର୍ତ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଅବସ୍ଥାରେ ବଡ଼ଚଣା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି ସୁଜିତ । ଅରଜିତଙ୍କୁ ପିଟିପିଟି ହତ୍ୟା ଘଟଣାକୁ ମାତ୍ର ପାଞ୍ଚ ଦିନ ଯାଇଥିବା ବେଳେ କେହି ଦୁର୍ବୃତ ସୁଜିତଙ୍କୁ ଲହୁଲୁହାଣ କରିବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ଦୁର୍ବୃତ ଜିଲ୍ଲା ପୁଲିସକୁ ସିଧାସଳଖ ଚ୍ୟାଲେଞ୍ଜ କରି ଆଇନ ଶୃଙ୍ଖଳା ଭଙ୍ଗ କରୁଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।