ବିଞ୍ଝାରପୁରରେ ସରକାରୀ ଯୋଜନା ଚାଲିଛି ଏମିତି... ବାଉଁଶ ଭରସାରେ ୫-ଟି ସ୍କୁଲ ଛାତ
ାା ପ୍ରଭାନୁ୍ୟଜ ।ା ଯାଜପୁର: ନିକଟପାଖରେ ବରୁଣେଶ୍ୱର ପୀଠ ଉନ୍ନତିକରଣକୁ ନେଇ ବିଜେପି-ବିଜେଡ଼ି କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ । ଯାହା ପଛରେ ଗୋଟିଏ ପକ୍ଷ ପିସି ଅଭିଯୋଗ ଆଣିଥିବା ବେଳେ ଆଉ ଗୋଟିଏ ପକ୍ଷ ଚାନ୍ଦା ଅଭିଯୋଗ ଆଣିଥିଲେ ।
ଫଳରେ ବରୁଣେଶ୍ୱର ପ୍ରକଳ୍ପ ଉଭୟ ବିଜେଡ଼ି ଓ ବିଜେପି ପାଇଁ ଏକ ପ୍ରସଙ୍ଗ ହୋଇଗଲା । ଦୁଇ ପ୍ରମୂଖ ରାଜନୈତିକ ଦଳ ବରୁଣେଶ୍ୱର ପ୍ରସଙ୍ଗରୁ କି ପ୍ରକାର ରାଜନୈତିକ ଫାଇଦା ଉଠାଇବେ ତାହାତ ସମୟ କହିବ, କିନ୍ତୁ ସାଧାରଣ ଲୋକେ ବିଞ୍ଝାରପୁରରେ କିଭଳି ଭାବେ ସରକାରୀ ଯୋଜନା ଚାଲିଛି, ତାହା ଜିଲାପାଳଙ୍କୁ ଅଭିଯୋଗ କରି ପୁରା ନିର୍ବାଚନ ମଣ୍ଡଳୀବାସୀଙ୍କ ଦୃଷ୍ଟିକୁ ଆଣିଛନ୍ତି । ବିଞ୍ଝାରପୁରରେ ସରକାରୀ ଯୋଜନା କେମିତି ଆଣ୍ଠେଇବା ସହ ଦୁର୍ନୀତିରେ ପୁରିଛି, ତାହା ଅଭିଯୋଗ ପରେ ଜଣାପଡ଼ିଯାଇଛି । ବ୍ଲକ ଅନ୍ତର୍ଗତରେ ୫-ଟି ଅନ୍ତର୍ଗତରେ ବହୁ ପ୍ରକଳ୍ପ କରାଯାଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଥିଲା ଫଳପୁର ଅଦୈତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ । ହେଲେ ଏଠାରେ ଉନ୍ନତିକରଣ ନାମରେ ବ୍ୟାପକ ଦୁର୍ନୀତିକୁ ପ୍ରୋସôାହିତ କରିଥିବାର ଅଭିଯୋଗ ହୋଇଛି । ଯାହାର ବଡ଼ ପ୍ରମାଣ ହେଉଛି, ୫-ଟି ସ୍କୁଲ ଛାତ । ଯେଉଁ ଛାତ ବାଉଁଶ ଭରସାରେ ଟେକି ହୋଇଛି । ଏକଥା ଆମେ କହୁନୁ, ମିଳିଥିବା ଫଟୋ ଏବଂ ଜିଲାପାଳଙ୍କୁ ହୋଇଥିବା ଅଭିଯୋଗ କହୁଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ତିନି ଶହରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଶିକ୍ଷାଲାଭ କରନ୍ତି । ବିଞ୍ଝାରପୁର ପଞ୍ଚାୟତ ସମିତିର ଜନ ସୂଚନା ଅଧିକାରୀଙ୍କ ଚିଠି ସଂଖ୍ୟା ୪୮୭୦/୨୨.୦୭.୨୦୨୪ର ପ୍ରାପ୍ତ ତଥ୍ୟ ଅନୁଯାୟୀ ବିଦ୍ୟାଳୟର ଖେଳ ପଡିଆ ପାଇଁ ପାଞ୍ଚ ଲକ୍ଷ ଓ ପାର୍କ ପାଇଁ ଚାରି ଲକ୍ଷ ଟଙ୍କାର ବ୍ୟୟ ବରାଦକୁ କାର୍ଯ୍ୟ ନକରି ମିଥ୍ୟା ବିଲ କରିବା ସହିତ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ମଧ୍ୟ ନିମ୍ନମାନର କରାଯାଇଛି ଓ ୧୦ ଲକ୍ଷ ଟଙ୍କାର ଶୌଚାଳୟ ନିର୍ମାଣରେ ମଧ୍ୟ ଗୋଟେ ପାଖରେ କୌଣସି ପିଲାର୍ ଦିଆଯାଇନି ବୋଲି ସୂଚନା ଅଧିକାର କର୍ମୀ ଦେବେନ୍ଦ୍ର ମଲିକ ଜିଲାପାଳଙ୍କ ଅଭିଯୋଗ କରିଥିଲେ । ଅପର ପକ୍ଷରେ ବିଦ୍ୟାଳୟର ଏକ ସିଡି ଘର ଛାତ ଦୁର୍ବଳ ହେଇଯିବାରୁ ଭଙ୍ଗା ଛାତକୁ ଦୁଇଟି ବାଉଁଶ ଠେକରା ସାହାଯ୍ୟରେ ରଖାଯାଇଛି । ଯାହାଫଳରେ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ବିଦ୍ୟାଳୟ ପରିସରରେ ଥିବା ଏକ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଦୈନନ୍ଦିନ ପାଠ ପଢୁଛନ୍ତି ।