ଦେଉଳ ପୋଖରୀ ଖୋଳା ଘଟଣା ୧୦ ଲକ୍ଷ ଲୁଟ; ହଜାରେ ଫାଇନ

 ଯାଜପୁର : ମଷ୍ଟରୋଲରେ ଜବକାର୍ଡଧାରୀଙ୍କ ନାଁ ଗଡୁଛି । ଶ୍ରମିକ ବଦଳରେ ମେସିନ କରୁଛି କାମ । କୋରେଇ ବ୍ଲକ ଜହ୍ନା ଗାଁର ୧ନମ୍ବର ୱାର୍ଡର ଦେଉଳ ପୋଖରୀ କାର୍ଯ୍ୟରେ ଚାଲିଥିବା ବେଳେ ଜିଆରଏସଙ୍କ ଠାରୁ ପିଇଓ, ବିଡ଼ିଓ, ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା ।କୋରେଇ ବ୍ଲକ ଜହ୍ନା ଗାଁର ଦେଉଳ ପୋଖରୀରେ ଗତ ଡିସେମ୍ବର ମାସରୁ ପାଣି ନିଷ୍କାସନ କରି ଜେସିବି ମେସିନ ଲଗାଇ ମାଟି ଖୋଳା ଚାଲିଥିଲା । ପୋଖରୀରେ ଦିନରାତି ମେସିନ ଲଗାଇ ମାଟି ମୋରମ ଚାଲାଣ କରାଯାଉଛି । ଏନେଇ ସିଭିଲ ସୋସାଇଟ ପକ୍ଷରୁ ଜିଆରଏସ, ପିଇଓ, ବିଡ଼ିଓଙ୍କ ସହଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ଫଳତ ସିଭିଲ ସୋସାଇଟି ପକ୍ଷରୁ ବିଶ୍ୱନାଥ ପାତ୍ର ଜିଲାପାଳଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ । ପିଟିସନ ଦାଖଲ ପରେ ପୋଖରୀ ଖୋଳା, ମାଟି-ମୋରମ ଚାଲାଣ ଉପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ବେଳେ ଏମଏନଆରଜିଏସ୍ ଯୋଜନାରେ ଜହ୍ନା ପଂଚାୟତରେ କୈାଣସି ପ୍ରକଳ୍ପ ଦିଆଯାଇନଥିବା ଜଣାପଡ଼ିଥିଲା । କିନ୍ତୁ ମେସିନରେ ବିନା ଫଳକରେ ପୋଖରୀ ଖୋଳା ଚାଲିଥିବା ବେଳେ ସରକାରୀ ଅଧିକାରୀ ନିରବ ରହିବାକୁ ନେଇ ତଦନ୍ତରେ ପ୍ରଶ୍ନ ଉଠାଯାଇଥିଲା । ଏହି କାରଣରରୁ ଏମଏନଆରଜିଏସ୍ ଆଇନ ୨୦୦୫ ସେକ୍ସନ ୨୫ ଆଧାରରେ ଜହ୍ନା ପଂଚାୟତର ଜିଆରଏସ, ପିଇଓଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ ନିଦେ୍ର୍ଦଶ ହୋଇଛି । ଦେଉଳ ପୋଖରୀ ଖୋଳି ଅନୁନ୍ୟ ୧୦ଲକ୍ଷ ଟଙ୍କାର ମାଟିମୋରମ ଲୁଟ୍ କରିନିଆଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୁଇ ଅଧିକାରୀଙ୍କୁ ୧ହଜାର ଟଙ୍କା ଜରିମାନା କରିବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୋଖରୀ ଖୋଳା ବେଆଇନ ବୋଲି ପ୍ରଶାସନ ସ୍ୱିକାର କରିଥିବା ବେଳେ ମାତ୍ର ହଜାରେ ଟଙ୍କା ଜରିମାନା ଧର୍ମକୁ ଆଖିଠାର ବୋଲି ସିଭିଲସୋସାଇଟର ବଶ୍ୱନାଥ ପାତ୍ର ଅଭିଯୋଗ କରିଛନ୍ତି ।