ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ଦାବି

 ତେନ୍ତୁଳିଖୁଣ୍ଟି :  ଗତ ଦିନରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ବିଭିନ୍ନ ଅଧିକାରୀଙ୍କୁ ନେଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବିଜାପଦର, ମଦଗୁଲୁମି, ଲଦିପଦର, ବରଡା ଝୋଡ଼ି ଭଳି ଦୁର୍ଗମ ଅଞ୍ଚଳ ସବୁ ବୁଲି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏବଂ ଖୁବଶୀଘ୍ର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବି ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରୟାସ  କରିବେ ବୋଲି ବିଧାୟକ କହିଥିଲେ । ହେଲେ ବିଧାୟକ ଅଧିକାରୀଙ୍କୁ ନିଦେ୍ର୍ଦଶ ସତ୍ତ୍ୱେ ଆଜିବି ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆରେ ପାଞ୍ଚ କିଲୋମିଟର ନେବା ପରେ ଆମ୍ବୁଲାନ୍ସ ସେବା ମିଳୁଛି । ବିଧାୟକ  ସାଧାରଣ ଲୋକଙ୍କ ପାଇଁ ଯେ କୌଣସି ସ୍ଥାନରେ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ଥିବାବେଳେ ଅଧିକାରୀ ତକôାଳ ଯାନବାହନ ଯିବା ଭଳି ମାଟି ରାସ୍ତାଟିଏ ନ କରିବା ଉଦ୍ବେଗ ର ବିଷୟ । କୋଟି କୋଟି ଟଙ୍କା ବନ୍ୟା ନିୟନ୍ତ୍ରଣ ନାମରେ ବାଲି ବସ୍ତା ରଖିବାରେ ଖର୍ଚ୍ଚ ହେଉଛି କିନ୍ତୁ ଅତ୍ୟାବଶ୍ୟକୀୟ ସେବା ପାଇଁ ରାସ୍ତାଟିଏ ଜେସିବି ଲଗାଇ କରାଯାଉନଥିବା କି ପ୍ରକାର ମାନସିକତା ବୋଲି ପ୍ରଶ୍ନ ଉଠୁଛି । ଗତକାଲି  ଗର୍ଭବତୀ  ମହିଳା ସୁନୀତା ଜାନୀ ସ୍ୱାମୀ ଲକ୍ଷ୍ମଣ ଜାନୀଙ୍କ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ନେବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।  ସେ ଦିନ ସିନା ମୃତ ସ୍ତ୍ରୀର ଶବ କାନ୍ଧରେ ନେଉଥିଲା  ଫଟୋ ଓ ଭିଡ଼ିଓ ଭାଇରଲ ପରେ ଦାନ ମାଝୀକୁ ଟଙ୍କା ବର୍ଷା ହୋଇଥିଲା କିନ୍ତୁ ଏଠାରେ ରାସ୍ତାଟିଏ ହୋଇ ପାରୁନି । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ  ନିର୍ବାଚନରେ  ମୌଳିକ ସୁବିଧା ଦାବିରେ ଏହି ଦୁର୍ଗମ ଅଞ୍ଚଳବାସୀ ଭୋଟ ବର୍ଜନ କରିଥିଲେ । ତଥାପି ଯେଉଁ ଦୁର୍ଦ୍ଦଶାକୁ ସେହି ଦଶା ଭୋଗୁଛନ୍ତି । ତେନ୍ତୁଳିଖୁଣ୍ଟି ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳରେ ଆବଶ୍ୟକ ନ ଥିବା ସ୍ଥାନରେ ଅନେକ ଗୁଡିଏ କାର୍ଯ୍ୟ କରି ସରକାରୀ ଅର୍ଥକୁ ଚଳୁ କରୁଥିବା ବେଳେ ଏଭଳି ଗାଁ ଗୁଡିକ ଉପରେ କାହିଁକି ଦୃଷ୍ଟି ଆକର୍ଷଣ କରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବ୍ଲକ ପ୍ରଶାସନ ଏହି ରାସ୍ତାକୁ ଖୁବଶୀଘ୍ର ଜରୁରୀକାଳୀନ ସେବା ଯୋଗାଇ ଦେବା ଭଳି ରାସ୍ତା ନିର୍ମାଣ କରିବାକୁ ଦୁର୍ଗମ ଅଞ୍ଚଳବାସୀ ଦାବି କରିଛନ୍ତି ।