ଦଶମରେ ଜ୍ୟୋତିର୍ମୟୀ ବ୍ଲକ୍ ଟପ୍ପର, ଦ୍ୱାଦଶରେ ଚିରଞ୍ଜିବୀ ଜିଲ୍ଲା ଟପ୍ପର

କୋଷାଗୁମୁଡ଼ା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଚଳିତ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲା ଟପ୍ପର ଭାବେ ମୋଟ ୯୫% ମାର୍କ ରଖି ଚିରଞ୍ଜିବୀ ପରିଡ଼ା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦଶମ ପରୀକ୍ଷାରେ ୯୫.୪% ମାର୍କ ରଖି ଜ୍ୟୋତିର୍ମୟୀ ବେହେରା ବ୍ଲକ୍ ଟପ୍ପର ହୋଇଛନ୍ତି  । ଚିରଞ୍ଜିବୀଙ୍କ ବାପା ସଞ୍ଜୟ କୁମାର ପରିଡ଼ା ଶିକ୍ଷକ ରହିଥିବା ବେଳେ ମା’ ବାଲେଙ୍ଗା ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ରହିଛନ୍ତି । ସେହିପରି ଜ୍ୟୋତିର୍ମୟୀଙ୍କ ବାପା ହରେକୃଷ୍ଣ ବେହେରା ଏକ କମ୍ପାନୀରେ ଚାକିରି କରୁଥିବା ବେଳେ ମା’ ମମତା ମହାଳିକ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଉଭୟ ସଫଳତାର ଶ୍ରେୟ କଠିନ ପରିଶ୍ରମ ସହ ବାପା ମା’ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।