ହ୍ୱିଲ୍ ଚେୟାର ଦିବସ

ହ୍ୱିଲ୍ ଚେୟାର ଦିବସ

 ବାଲେଶ୍ୱର : ରାଣୀପଟଣା ଦୃଷ୍ଟିହୀନ ଓ ମସ୍ତିଷ୍କ ପକ୍ଷାଘାତ ବିଦ୍ୟାଳୟରେ ଅନ୍ତର୍ଜାତୀୟ ହ୍ୱିଲ ଚେୟାର ଦିବସ ପାଳିତ ହୋଇଯାଇଛି । ପ୍ରଥମେ  ମତିଷ୍କ ପକ୍ଷାଘାତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, କ୍ରିକେଟ ଓ  ସଫ୍ଟ ବଲ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ଉକ୍ତ ଶୋଭାଯାତ୍ରାକୁ ଅନୁଷ୍ଠାନର ନିଦେ୍ର୍ଦଶକ ଦିବାକର ସ ଓ ଶିକ୍ଷକ ନବୀନ କୁମାର ବେହେରା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ପରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିସରେ ଅନୁଷ୍ଠାନର ନିଦେ୍ର୍ଦଶକ ଦିବାକର ସ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ହୋଇଥିଲା । ଉକ୍ତ ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଦିବସର ପାଳନ ବିଷୟରେ ଆଲୋକପାତ କରିଥିଲେ ।