ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ ବାଘ 

ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ ବାଘ 

ଭୁବନେଶ୍ୱର : ଖୁବଶୀଘ୍ର ଦେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟକୁ ୨ ନୂଆ ବାଘ ଆସିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । 
  

  ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେବ୍ରିଗଡ଼କୁ ୨ଟି ବାଘ ଆଣିବା ପାଇଁ ଯୋଜନା କରାଯାଉଛି । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ମାତ୍ର ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର । ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ । ଶିମିଳିପାଳରୁ ଦେବ୍ରିଗଡ଼କୁ ବାଘୁଣୀ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ । କର୍ତ୍ତୃପକ୍ଷ ଜିପିଏସ୍‌ କୋଲାର ଏବଂ କ୍ୟାମେରା ଟ୍ରାପ୍‌ ବ୍ୟବହାର କରି ପୂର୍ବରୁ ଥିବା ବାଘମାନଙ୍କ ଉପରେ ନଜର ରଖିଛନ୍ତି । ନୂଆ ବାଘଙ୍କ ଆଗମନ ଦ୍ୱାରା ଦେବ୍ରିଗଡ଼ରେ ବାଘସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।