ଚୂଡାନ୍ତ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆହ୍ୱାନ

 ଭୁବନେଶ୍ୱର : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଜାରି ରହିଛି । ଢେଙ୍କାନାଳ କ୍ୟାମ୍ପସରେ ତିନୋଟି ସ୍ନାତକୋତ୍ତର ଡିପ୍ଲୋମା କାର୍ଯ୍ୟକ୍ରମରେ ଖାଲି ପଦବୀ ଉପଲବ୍ଧ ରହିଛି । ସେଗୁଡ଼ିକ ମଧ୍ୟରେ କର୍ପୋରେଟ୍ ଯୋଗାଯୋଗ ଏବଂ ବ୍ରାଣ୍ଡ ପରିଚାଳନାରେ ୯ଟି ଆସନ, ଇଂରାଜୀ ସାମ୍ବାଦିକତାରେ ୧୫ଟି ଆସନ ଏବଂ ଓଡ଼ିଆ ସାମ୍ବାଦିକତାରେ ୧୪ଟି ଆସନ ରହିଛି ।
ଅଧିକାଂଶ ଖାଲି ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ । ଆଞ୍ଚଳିକ ନିଦେ୍ର୍ଦଶକ ପ୍ରଫେସର ଆନନ୍ଦ ପ୍ରଧାନ ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ଅବହେଳିତ ସମ୍ପ୍ରଦାୟର ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଆବେଦନ କରିବାକୁ ଏବଂ ଏହି ପ୍ରତିଷ୍ଠିତ ପ୍ରତିଷ୍ଠାନର ଅଂଶ ହେବାକୁ ଉସôାହିତ କରିଛନ୍ତି । ଆଇଆଇଏମସି ଢେଙ୍କାନାଳ ଉସôାହୀ ଛାତ୍ରଛାତ୍ରୀମାନଙ୍କୁ ଗଣମାଧ୍ୟମ ଏବଂ ସାମ୍ବାଦିକତା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ପାଇଁ ଏହି ସୁଯୋଗ ଗ୍ରହଣ କରିବାକୁ ଆହ୍ୱାନ ଜଣାଉଛି ।