ସ୍ତ୍ରୀକୁ ପଥରରେ ଛେଚିଲା ସ୍ବାମୀ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ  । ସୁନ୍ଦରଗଡ଼ ତଳସରା ଥାନା ଟାଙ୍ଗର ପଞ୍ଚାୟତ ହୁଟୁପାନି ଗାଁରେ ଜଣେ ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ବାମୀ । ମୃତ ମହିଳା ଜଣକ ହେଲେ ହେଲେ ଦୁର୍ଗାବତୀ ସିଂ । ତାଙ୍କ ବୟସ ୪୫ ବର୍ଷ । ଅଭିଯୁକ୍ତ ସ୍ବାମୀ ରୁପନନ ସିଂ ଫେରାର ହୋଇଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ପାଖ ଜଙ୍ଗଲକୁ ସ୍ବାମୀ ସ୍ତ୍ରୀ ମହୁଲ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ କୌଣସି କଥାକୁ ନେଇ ୨ ଜଣଙ୍କ ଝଗଡ଼ା ହେବାରୁ ସ୍ବାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ପୁଲିସ ଅଭିଯୁକ୍ତ ସ୍ବାମୀର ସନ୍ଧାନ ଜାରି ରଖିଛି ।