ନବୋଦୟ ସ୍କୁଲରେ ଜଣ୍ଡିସ୍‌ : ନମୁନା ସଂଗ୍ରହ କଲେ ୱାଟକୋ ଓ ମେଡିକାଲ ଟିମ୍‌ 

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ନବୋଦୟ ସ୍କୁଲରେ ଜଣ୍ଡିସ୍‌ ଆତଙ୍କ । ବିଦ୍ୟଳୟରେ ଥିବା ପ୍ରାୟ ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଆଜି ୱାଟକୋ ଏବଂ ମେଡିକାଲ ଟିମ୍‌ ସ୍କୁଲରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ସ୍କୁଲର ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି । ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବୋରେଟରୀକୁ ପଠାଯାଇଛି । ଜଣ୍ଡିସ୍‌ ବ୍ୟାପିବା ପରେ ୨୦୦ରୁ ଅଧିକ ପିଲାଙ୍କୁ ଅଭିଭାବକମାନେ ସେମାନଙ୍କୁ ଘରକୁ ନେଇଯାଇଛନ୍ତି । ଏବେ ବି ଶତାଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍କୁଲରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ଅନୁରୋଧ କରିଛନ୍ତି ।