ଧନକୁବେରଙ୍କ ବର୍ଦ୍ଧିଷ୍ଣୁ ସଂଖ୍ୟା ଓ ସମ୍ପତ୍ତି
ଗୋପାଳ ମହାପାତ୍ର : ସାରା ବିଶ୍ୱରେ ଅରବପତି ବା ଧନକୁବେର ମାନଙ୍କ ସଂଖ୍ୟା ବିଢିବାରେ ଲାଗିଛି । ଧନକୁବେର ମାନଙ୍କ ବୃଦ୍ଧି ହାରକୁ ଦେଖିଲେ ସ୍ପଷ୍ଟ ଯେ ଭାରତୀୟ ମାନେ ସବୁଠାରୁ ଆଗରେ ଅଛନ୍ତି । କିନ୍ତୁ ତଥାପି ଭାରତର କୋଟି କୋଟି ଲୋକଙ୍କୁ ସରକାର ଦେଉଥିବା ମାଗଣା ରାସନ (ଚାଉଳ, ଗହମ)ରେ ନିଜର ଭୋକ ମେଣ୍ଟାଇବାକୁ ପଡୁଛି । ଏହାକୁ ଦୁର୍ଭାଗଁ୍ୟ ବୋଲି କୁହାଯିବ ନା ଏହାକୁ ଆମ ନୀତି ନିର୍ମାତା ମାନଙ୍କର ତ୍ରୁଟିର ଫଳ ବୋଲି କୁହାଯିବ? ଜାତିସଂଘ ପକ୍ଷରୁ ୨୦୨୪ର ରିପୋର୍ଟରେ କୁହାଯାଇଛି ଯେ ଭାରତର ୨୩.୪ କୋଟି ଲୋକ ଏବେ ବି ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି । କୌଣସି ବ୍ୟକ୍ତିର ଆୟ ରାଷ୍ଟ୍ରୀୟ ଆୟ ତୁଳନାରେ ଯଦି ୬୦ ପ୍ରତିଶତ କମ୍ ତେବେ ସେହି ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଛି ବୋଲି କୁହାଯାଏ । ଭାରତ ସରକାର ଦେଶର ଗରିବଙ୍କ ପ୍ରସଙ୍ଗରେ କହୁଛନ୍ତି ଯେ ଦେଶରୁ ଗରିବଙ୍କ ସଂଖ୍ୟା ୮୫ ପ୍ରତିଶତ କମିଯାଇଛି । ଏବେ ଦେଶରେ ମାତ୍ର ୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟ ଯଦି ଠିକ୍ ଓ ଯଦି ଦେଶରୁ ଗରିବଙ୍କ ସଂଖ୍ୟା ୮୫ ପ୍ରତିଶତ କମିଯାଇଛି ତେବେ ଯେଉଁ ୮୧ କୋଟି ଲୋକଙ୍କ ସରକାର ମାଗଣାରେ ରାସନ ସାମଗ୍ରୀ ଯୋଗାଉଛନ୍ତି ସେମାନେ କିଏ? ସରକାର ଏତେ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଉଛନ୍ତି କାହିଁକି? ଏଥିରୁ ସ୍ପଷ୍ଟ ଯେ ସରକାର ୮୫ ପ୍ରତିଶତ ଗରିବଙ୍କ ସଂଖ୍ୟା କମିଯାଇଛି ବୋଲି ଯାହା କହୁଛନ୍ତି ତାହା ଠିକ୍ ନୁହେଁ । ଯଦି ସରକାର କହୁଥିବା କଥା ଠିକ୍ ତେବେ ଏତେ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେବାର ଯଥାର୍ଥତା କ’ଣ ରହିଛି?
ସାରା ବିଶ୍ୱରେ ଯେଭଳି ଭାବରେ ଧନକୁବେରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେଇ ଅନୁପାତରେ ଭାରତର ସ୍ଥାନ ଶୀର୍ଷରେ ରହିଛି । ୟୁବିଏସ୍ର ଏକ ରିପୋର୍ଟ ଏଇ କିଛି ଦିନ ତଳେ ପ୍ରକାଶ ପାଇଛି । ୟୁବିଏସ୍ର ଏହି ରିପୋର୍ଟ ଅନୁସାରେ ଚୀନରେ ଧନକୁବେର ମାନଙ୍କ ସମ୍ପତ୍ତି ବାର୍ଷିକ ୨୦ପ୍ରତିଶତ ହାରରେ ବୃଦ୍ଧି ପାଉଥିଲା । ବିଗତ ୫ବର୍ଷରେ ଏହା ୫ ପ୍ରତିଶତ କମିଛି । ୨୦୨୦ରୁ ୨୦୨୪ ମଧ୍ୟରେ ଆମେରିକାର ଧନକୁବେର ମାନଙ୍କ ସମ୍ପତ୍ତି ୫୮.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି । କିନ୍ତୁ ଭାରତରେ ଧନକୁବେରଙ୍କ ସଂଖ୍ୟା ଯେଉଁ ହାରରେ ବଢିଛି ତାହାକୁ ଦେଖି ସାରା ବିଶ୍ୱରେ ଦେଶମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ଭାରତର ଧନ କୁବେର ମାନଙ୍କ ସମ୍ପତ୍ତି ୩ଗୁଣ ବଢି ୭୭ଲକ୍ଷ କୋଟିରୁ ୨୦୩ ଲକ୍ଷ କୋଟି ରେ ପହଞ୍ଚôଛି । ୧୦ ବର୍ଷ ମଧ୍ୟରେ ଭାରତର ଧନକୁବେରଙ୍କ ସଂଖ୍ୟା ୮୩ ରୁ ବଢି ୧୮୫ରେ ପହଞ୍ଚôଛି । ଏହା ଏକ ରେକର୍ଡ ନିଶ୍ଚୟ । ଭାରତର ଶେୟାର ବଜାରର ଭୂମିକା ଏ ଦିଗରେ ଅଧିକ ରହିଛି । ୨୦୧୭ରେ କ୍ରେଡିଟ ସୁଇସ ପକ୍ଷରୁ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ତଦନୁସାରେ ଭାରତରେ ବିଜିନେସ ଷ୍ଟକ ଏକ୍ସଚେଞ୍ଜରେ ଯେଉଁ ୫୦୦ ଶୀର୍ଷ ପଞ୍ଜିକୃତ କମ୍ପାନୀ ଥିଲେ ସେମାନଙ୍କ ସମ୍ପତ୍ତି ତ୍ୱରିତ ଗତିରେ ବୃଦ୍ଧି ପାଇଥିଲା । ଭାରତୀୟ ଶେୟାର ବଜାର ବିଗତ ବର୍ଷ ମାନଙ୍କରେ ରେକର୍ଡ ସୃଷ୍ଟି କରିଥିଲା । ଏହା ସାରା ବିଶ୍ୱକୁ ହତଚକିତ କରି ଦେଇଥିଲା । ଚୀନରେ ବିଗତ ୫ବର୍ଷ ମଧ୍ୟରେ ଧନକୁବେରଙ୍କ ସଂଖ୍ୟା ୧୬ ପ୍ରତିଶତ କମିଛି । ଚୀନ ସରକାର ତାଙ୍କ ଦୋର ଗରିବ ଓ ମଧ୍ୟବର୍ଗଙ୍କ ସ୍ଥିତିକୁ ସୁଧାରିବାପାଇଁ କେତେକ ନିୟମରେ ପରିବର୍ତ୍ତନ କରିଛନ୍ତି, ଏହାର ପରିଣାମ ମଧ୍ୟ ଚୀନରେ ଦେଖିବାକୁ ମିଳୁଛି । ଆମେରିକାର ଧନକୁବେର ମାନେ ମଧ୍ୟ ଭାରତର ଧନକୁବେର ମାନଙ୍କ ମୁକାବିଲା କରିପାରୁ ନାହାଁନ୍ତି । ବିଗତ ୫ ବର୍ଷ ମଧ୍ୟରେ ଆମେରିକାର ଧନକୁବେରମାନଙ୍କ ସମ୍ପତ୍ତି ୫୮.୫ ପ୍ରତିଶତ ବଢିଥିବା ବେଳେ ୟୁରୋପରେ କେତେକ ଦେଶରେ ଧନକୁବେରଙ୍କ ସଂଖ୍ୟାର ବୃଦ୍ଧିହାର କମ୍ ରହିଛି । କିନ୍ତୁ ଭାରତରେ ସଂଖ୍ୟା ଓ ସମ୍ପତ୍ତି ଉଭୟର ବୃଦ୍ଧି ହାର ବଢିଚାଲିଛି । ସାରା ବିଶ୍ୱର ଧନକୁବେର ମାନଙ୍କ ମୋଟ ସମ୍ପତ୍ତି ୨୦୧୫ରେ ୫୩୩.୫ ଲକ୍ଷ କୋଟିଥିଲା । ୨୦୨୪ ବେଳକୁ ଏହା ବୃଦ୍ଧି ପାଇ ୧୧୮୫ଲକ୍ଷ କୋଟିରେ ପହଞ୍ଚôଯାଇଛି । ବିଶ୍ୱର ୧୮୫ ଧନକୁବେରଙ୍କର ସମ୍ପତ୍ତି ଯେତିକି ଭାରତର ୧୦୨ ଧନକୁବେର ଶିଳ୍ପ ପତିଙ୍କ ସମ୍ପତ୍ତି ମଧ୍ୟ ସେତିକି ବୋଲି ଜଣାପଡିଛି । ପୁଞ୍ଜିବାଦର ଏହି ଯୁଗରେ ଭାରତରେ ଧନକୁବେର ମାନଙ୍କର ସମ୍ପତ୍ତି ଏବଂ ଆୟ ଅଧିକ ଭାବେ ବଢିଛି ।
ଭାରତରେ ଧନକୁବେର ମାନଙ୍କ ସଂଖ୍ୟା ଓ ସମ୍ପତ୍ତି ବଢିଛି କିନ୍ତୁ ଏମାନେ ସବୁଠାରୁ କମ୍ ଟିକସ୍ ସରକାରଙ୍କୁ ଦେଇଥାନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ମଧ୍ୟମ ବର୍ଗ ଓ ଗରିବଙ୍କ ଉପରେ ଟିକସ ଓ ଅନ୍ୟ ଶୁଳ୍କ ବଢାଇ ଦିଆଯାଇଛି । ଭାରତର ମଧ୍ୟମବର୍ଗ ଏବଂ ଗରିବ ବର୍ଗଙ୍କ ଆୟ କମିବାରେ ଲାଗିଛି । ଏହି କାରଣରୁ ଅସମାନତା, ସାମାଜିକ ଅବ୍ୟବସ୍ଥା ବଢିବାରେ ଲାଗିଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଖାଇ ବଢିବାରେ ଲାଗିଛି । ଭାରତର ପରିଚୟ ଏକ ସମାଜବାଦୀ ଦେଶ ଭାବରେ ଥିଲ କିନ୍ତୁ ପୁଞ୍ଜିବାଦ ଏବଂ ସାମ୍ୟବାଦର ମିଶ୍ରଣ ଥିଲା । କିନ୍ତୁ ବିଗତ ୧୦ ବର୍ଷ ମଧ୍ୟରେ ଭାରତବର୍ଷ ପୁଞ୍ଜିବାଦ ବ୍ୟବସ୍ଥା ବଢିଛି । ଭାରତୀୟ ଅର୍ଥବ୍ୟବସ୍ଥା ପୁଞ୍ଜିବାଦକୁ ଅସମାନ ପ୍ରକ୍ରିୟାରେ ବଢିବାର ସୁଯୋଗ ଦେଇଛି । ଧନକୁବେରଙ୍କ ସମ୍ପତ୍ତି ଓ ଆୟ ବଢ଼ିବା, ମଧ୍ୟମବର୍ଗ ଓ ଗରିବଙ୍କ ଆୟ ବ୍ୟୟ ତୁଳନାରେ କମିବା ଭାରତ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।
ଭାରତରେ ବେରୋଜଗାରୀ ହାର ବଢିଛି ଏବଂ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ମଧ୍ୟମ ବର୍ଗ ଏବଂ ନିମ୍ନ ବର୍ଗଙ୍କ ଉପରେ ଋଣର ବୋଝ୍ ବଢିବାରେ ଲାଗିଛି ଏବଂ ଏମାନଙ୍କ ସଞ୍ଚୟ ହାର କମିଛି । ଏହାର ବିପରୀତ ସବୁ ବ୍ୟବସାୟ ସରକାରୀ ନୀତି କାରଣରୁ କର୍ପୋରେଟ କମ୍ପାନୀ ମାନଙ୍କ ହାତକୁ ଚାଲିଯାଉଛି ।
ଭାରତରେ ସମ୍ପତ୍ତି କରଶୂନ୍ୟ ଅଟେ ଏବଂ ପୁଞ୍ଜିଗତ ଲାଭକର ଆମେରିକା ତୁଳନାରେ କମ୍ ଅଟେ । ଭାରତର ଟିକସ ବା କର ପ୍ରଣାଳୀ ଧନକୁବେରଙ୍କୁ ଅଧିକ ସୁହାଉଛି । ଉଦାହରଣ ହେଉଛି କରୋନା ମହାମାରୀ ସମୟରେ ମୋଦୀ ସରକାର କର୍ପୋରେଟ ଟିକସ ହାର କମାଇ ଦେଇଥିଲେ । ଏହି କାରଣରୁ ସରକାରଙ୍କର ୧୮.୪ ଖରବ ଟଙ୍କା କ୍ଷତି ହୋଇଥିଲା । ଭାରତର ଧନକୁବେର ମାନଙ୍କ ଉପରେ ସ୍ୱତନ୍ତ୍ର ଟିକସ ଲଗାଯିବା ପାଇଁ ଥିବା ପ୍ରସ୍ତାବ ଳମ୍ବିତ ହୋଇ ପଡିରହିଛି । ଅକ୍ସଫୋମ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏଥିପାଇଁ ଚିନ୍ତା ପ୍ରକାଶ କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କର୍ପୋରେଟ ଏବଂ ଏକାଧିକାର ଶକ୍ତି ଏକ ନିରନ୍ତର ଅସମାନତା ସୃଷ୍ଟି କରୁଥିବା ମେସିନ । ଭାରତର ଅସଲ ସମସ୍ୟା ହେଉଛି ଆର୍ଥôକ ଅସମାନତା ଏବଂ ବେରୋଜଗାରୀ । ମୋଦୀ ସରକାର ଯଦି ଧନକୁବେର ମାନଙ୍କ ଉପରେ ଟିକସ ବସାଇ ଅଧିକ ସଂସାଧନ ଜୁଟାଇ ସେହି ଅର୍ଥ ରୋଜଗାର ସୃଜନ ଏବଂ ବଞ୍ଚôତଙ୍କ ଆୟ ବୃଦ୍ଧି ପାଇଁ ଯୋଜନା ବାବଦରେ ବ୍ୟୟ କରି ପାରନ୍ତେ ତେବେ ଭାରତର ମୂଳ ସମସ୍ୟା ଅନେକାଂଶରେ ସମାଧାନ ହୋଇ ପାରନ୍ତା ।
ରାମଚନ୍ଦ୍ରପୁର, ରଣପୁର
ମୋ :- ୯୪୩୮୪୮୫୦୯୪