ଧର୍ମେନ୍ଦ୍ର, ପାଣ୍ଡିଆନ ଓ ବୈଜୟନ୍ତଙ୍କୁ ‘ଜେଡ଼’ ସୁରକ୍ଷା

ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ରହିବେ ରାଜନେତା । ରାଜ୍ୟର ହେଭିୱେଟ ନେତାଙ୍କୁ ‘ଜେଡ଼’ ସୁରକ୍ଷା ମିଳିଛି । ବିଜେପିର ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ଏବଂ ବିଜେଡ଼ିର ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କୁ ଜେଡ଼ ସୁରକ୍ଷା ମିଳିଛି । ଅପରପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ଓ କଣ୍ଟାବାଞ୍ôଝ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ‘ୱାଇ’ ସୁରକ୍ଷା ମିଳିଛି । ପୂର୍ବରୁ ମନମୋହନ ଓ ଶରତଙ୍କୁ କେବଳ ଜଣେ ପିଏସଓ ଦିଆଯାଇଥିଲା । ଏବେ ୱାଇ ସୁରକ୍ଷା ପାଇଥିବାରୁ ହାଉସ ଗାଡର୍ÿ, ପାଇଲଟ, ଏସକର୍ଟ ପାଇଁ ୨ ପିଏସଓ, ଜଣେ ହାବିଲଦାର ଓ ୪ ଏପିଆର ନିୟୋଜିତ ହେବେ ।