ଅଡୁଆରେ ସୁରଙ୍କ ପୁଅ ସିଦ୍ଧାର୍ଥ

ଭୁବନେଶ୍ୱର: ଭାରି ଯୋଶରେ ଅଛନ୍ତି ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ । ପାଟି ଖୋଲିବା ମାତ୍ରେ ବିଜେପି ଓ ବିଜେଡ଼ି ବିରୋଧରେ ବିଷ ଓଗାଳୁଛନ୍ତି । ଏମିତିକି ତାଙ୍କ ପାଇଁ ପ୍ରଚାର ନକରିବାକୁ ବାପାଙ୍କୁ ସଫାସଫା କହିଦେଇଛନ୍ତି । ନିମାପଡ଼ାରୁ ସେ କଂଗ୍ରେସ ଟିକେଟ ପାଇଥିଲେ ବି ତାଙ୍କ ପାଇଁ ସ୍ଥିତି କିନ୍ତୁ ଅନୁକୂଳ ନାହିଁ ।
ନିମାପଡ଼ାରେ ଅନେକ ବର୍ଷ ଧରି ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଆସୁଛି । ବିଶେଷକରି ସମୀର ରଞ୍ଜନ ଦାସ ଓ ପ୍ରଭାତୀ ପରିଡ଼ା ସବୁବେଳେ ମୁହାଁମୁହିଁ ହେଉଛନ୍ତି । ଏଥର ସମୀରଙ୍କୁ ବିଜେଡ଼ି ଟିକେଟ ଦେଇନାହିଁ । ଯାହାକି ପ୍ରଭାତୀଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଯାଇଥିବା ଦିଲ୍ଲୀପ ନାୟକଙ୍କ ଉପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରିଛନ୍ତି । ଗତ ନିର୍ବାଚନରେ ୩୩ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ଦିଲ୍ଲୀପ । ଏଥର ବିଜେଡ଼ି ଟିକେଟ ପାଇଥିବାରୁ ସେ ପ୍ରଥମ ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି । ତେବେ ସମୀରଙ୍କ ବିରୋଧ ଦିଲ୍ଲୀପଙ୍କ ବାଟ ଓଗାଳିପାରେ ବୋଲି ଅନୁମାନ କରାଯାଉଛି ।
ଏସବୁ ଭିତରେ ସିଦ୍ଧାର୍ଥଙ୍କୁ ବି କଂଗ୍ରେସର ପୁରୁଣା ନେତାମାନେ ଗ୍ରହଣ କରିପାରୁନାହାନ୍ତି । ଗତ ଦୁଇ ବର୍ଷ ଧରି ସେ ନିମାପଡ଼ାରେ ଘୂରି ବୁଲୁଥିଲେ ବି କର୍ମୀଙ୍କ ଆସ୍ଥା ଭାଜନ ହୋଇପାରିନାହାନ୍ତି । ସିଦ୍ଧାର୍ଥଙ୍କ ବିରୋଧରେ କଂଗ୍ରେସର ଏକ ଗୋଷ୍ଠୀ ନିକଟରେ ବୈଠକ ମଧ୍ୟ କରିଥିଲେ । ଏମିତିକି ଗାଁ ଗାଁରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରାଯାଉଛି । ନିମାପଡ଼ା ମାଟିର ପୁଅଙ୍କୁ ଟିକେଟ ଦେବାକୁ ସେମାନେ ଦାବି ଆରମ୍ଭ କରିଦେଇଛନ୍ତି । ଫଳରେ ସିଦ୍ଧାର୍ଥଙ୍କ ଅଡୁଆ ମଧ୍ୟ ବଢ଼ିବାରେ ଲାଗିଛି । ବିଜେଡ଼ି ଓ ବିଜେପିର ସ୍ଥିତି ଦେଖି ଆଗୁଆ ପରାଜୟର ଅନୁମାନ କରିସାରିଛନ୍ତି ସିଦ୍ଧାର୍ଥ । ଏକ ଟିଭି ଚ୍ୟାନେଲକୁ କହୁକହୁ ସେ ହାରିବା କଥା ବି ଉଲ୍ଲେଖ କରିଦେଇଛନ୍ତି । ହାରିଲେ ବି ଭଲ ଲଢ଼େଇ ହେବ ବୋଲି ସିଦ୍ଧାର୍ଥଙ୍କ ମନ୍ତବ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ସୁର ଏବେ ସାନ ପୁଅ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା ଆରମ୍ଭ କରିଦେଇଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଅପରାଜିତା ପ୍ରାର୍ଥୀ ହୋଇଥିବାରୁ ମନ୍ମଥଙ୍କ ବିଜୟ କେବଳ ନବୀନ ଓ ଶଙ୍ଖ ଭୋଟ ବ୍ୟାଙ୍କ ଉପରେ ନିର୍ଭର କରିବ । ଅପରପକ୍ଷରେ ବଡ଼ପୁଅ ସିଦ୍ଧାର୍ଥଙ୍କ ସ୍ଥିତି ମଧ୍ୟ ନିମାପଡ଼ାରେ ଟଳମଳ ଅବସ୍ଥାରେ ରହିଛି । ଦୁଇ ପୁଅଙ୍କ