ନକ୍ସା ଅନୁଯାୟୀ ଘର ନକଲେ ଦଣ୍ଡ
ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ୍ଡର୍ମାନେ ସୁଉଚ୍ଚ କୋଠା ନିର୍ମାଣ କରୁଛନ୍ତି । ଏହି ନିର୍ମାଣ ପୂର୍ବରୁ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍ଡିଂର ନକ୍ସାକୁ ଅନୁମୋଦନ କରାଉଛନ୍ତି । ନକ୍ସା ଥରେ ଅନୁମୋଦିତ ହୋଇଗଲା ପରେ କୋଠାର ନିର୍ମାଣ ଶେଷ କରିବା ପର୍ଯ୍ୟନ୍ତ ଅନେକ ବର୍ଷ ସମୟ ଲାଗିଯାଏ । ଏହି ସମୟ ମଧ୍ୟରେ ବହୁତଳ ବିଶିଷ୍ଟ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ସରକାରୀ କର୍ତ୍ତୃପକ୍ଷ ରହିଥିଲେ ମଧ୍ୟ ସେମାନେ କେବେ ହେଲେ ଯାଆନ୍ତି ନାହିଁ । ଏହି କାରଣରୁ ବିଲ୍ଡରମାନେ ଏଠାରେ ଅନୁମୋଦିତ ନକ୍ସା ଠାରୁ ଆହୁରି ଅଧିକ କିଛି ବଢ଼େଇ ନିର୍ମାଣ କରନ୍ତି । ସେଗୁଡ଼ିକୁ ବେଆଇନ୍ ନିର୍ମାଣ କୁହାଯାଏ । ଏହି ବେଆଇନ୍ ନିର୍ମାଣକୁ ନେଇ ରାଜ୍ୟରେ ୭୧୯ଟି କେସ୍ ସରକାରଙ୍କର ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟରେ ଗଡୁଛି । ବିଲ୍ଡିଂ ପ୍ଲାନ୍ର ଉଲଙ୍ଘନ କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପୂର୍ବରୁ ଘୋଷଣ କରିଛି ଏବଂ ଏବେ ମଧ୍ୟ ଘୋଷଣା କରିଛି । ରାଜ୍ୟରେ ୭୧୯ଟି ବେଆଇନ୍ ନିର୍ମାଣ ହୋଇଥିôବା ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ନିର୍ମାଣଗୁଡ଼ିକୁ ବର୍ତ୍ତମାନ ଭଙ୍ଗାଯିବ ବୋଲି ଶୁଣାଯାଉଛି । ହେଲେ ଗୃହ ନିର୍ମାଣର ଯାଞ୍ଚ୍ ନସରିଲେ ମୂଳ ବିଲ୍ଡିଂ ପ୍ଲାନ୍ର ଉଲଙ୍ଘନ ହୋଇଥିବା କଥା ନିର୍ଦ୍ଦିଷ୍ଟ ଭାବରେ ପ୍ରମାଣିତ ହେବ ନାହିଁ । ଏହି ୭୧୯ଟି ନିର୍ମାଣ ଆଇନ୍ ଉଲଙ୍ଘନ କରିଥିବା କୋଠା ମଧ୍ୟରୁ ୬୮୯ଟି କୋଠା କେବଳ ଭୁବନେଶ୍ୱରରେ ହିଁ ରହିଛି । ବିଏମ୍ସି ଏବଂ ବିଡ଼ିଏ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ବିଭିନ୍ନ କର୍ତ୍ତୃପକ୍ଷ ଏହି କୋଠାଗୁଡ଼ିକର ଆରମ୍ଭ ସମୟରେ, ନିର୍ମାଣ ଅଧା ହେବା ପରେ ଏବଂ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲେ ଯାଞ୍ଚ୍ କରିବା ଆବଶ୍ୟକ, କିନ୍ତୁ କେହି ଯାଞ୍ଚ୍ କରୁନାହାନ୍ତି । ଏହି କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତଥା ରାଜଧାନୀରେ ବେଆଇନ୍ କୋଠା ଶହ ଶହ ସଂଖ୍ୟାରେ ଗଢ଼ି ଉଠୁଛି ।
ଇତିମଧ୍ୟରେ ସୁପି୍ରମକୋର୍ଟ୍ ରାଜ୍ୟଗୁଡ଼ିକୁ ବିଲ୍ଡିଂ ପ୍ଲାନ୍ର ଯାଞ୍ଚ୍ ଏବଂ ଆପ୍ରୁଭାଲ୍ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଆପ୍ରୁଭ୍ ହୋଇଥିବା ନକ୍ସାକୁ ନିର୍ମାଣ ସ୍ଥାନରେ ପ୍ରର୍ଦଶନ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ବାଧ୍ୟ । ହେଲେ ଏହା କେବେ ହୁଏ ନାହିଁ । ଏହି ଅସୁବିଧା ହେତୁ ନିର୍ଦ୍ଦିଷ୍ଟ ସଂଖ୍ୟାର ମହଲା ବା ତଳ ନିର୍ମାଣ ପାଇଁ ଅନୁମତି ଥିଲେ ମଧ୍ୟ ସେଥିରେ ଆଉ ଦୁଇ, ତିନି ମହଲା ଅଧିକ କରି ନିର୍ମାଣକାରୀ ସଂସ୍ଥା ବିକ୍ରି କରି ଦେଉଛନ୍ତି । ଏ କ୍ଷେତ୍ରରେ ବେଆଇନ୍ ଘର କିଣିଥିବା ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେତେବେଳକୁ ନିର୍ମାଣକାରୀ ସଂସ୍ଥା ଆଉ ନଥାଏ । ନିର୍ମାଣ କରି ସାରି ଘର ବିକ୍ରି କରିଦେବା ପରେ ସବୁତକ ଦାୟିତ୍ୱ ଘରର କ୍ରେତାଙ୍କ ମୁଣ୍ଡକୁ ଆସୁଛି । ନିର୍ମାଣ ସରିବା ପରେ ଦଖଲ ପ୍ରମାଣପତ୍ର ପ୍ରଦାନ କରାଇବାକୁ ନିର୍ମାଣକାରୀ ସଂସ୍ଥାମାନେ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ବେଆଇନ୍ ଭାବରେ ନେଇ ଆସୁଛନ୍ତି । ସିଧାସଳଖ କହିଲେ ଏଥିରେ ଦୁର୍ନୀତି ଅଛି । ଯଦି ଦଖଲ ପ୍ରମାଣପତ୍ର ପାଇସାରିବା ପରେ ପରବ୍ର୍ତ୍ତୀ ସମୟରେ ଯଦି କୌଣସି ବେଆଇନ୍ ନିର୍ମାଣ ହୋଇଥାଏ ତେବେ ଘର ଯାହ ଦଖଲରେ ଥିବା ତାହା ବିରୁଦ୍ଧରେ ପଦକ୍ଷେପ ନିଆଯିବ । ପ୍ରାୟ ୨ ବର୍ଷ ତଳେ ଦିଲ୍ଲୀରେ ଏକ ୪୯ ମହଲାର କୋଠାକୁ ଭାଙ୍ଗି ଦିଆଯାଇଛି । ଦଖଲ ପ୍ରମାଣପତ୍ର ନଥିଲେ ଘରଗୁଡ଼ିକୁ ବିଜୁଳି, ପାଣି ଦଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ତେବେ କଥା ହେଲା ଏସବୁ କିଭଳି ଭାବାରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।