ନଦୀକୁ ଡେଇଁ ଯୁବକ ନିଖୋଜ
ରାଜନଗର : ରାଜନଗର ବ୍ଲକ ଖମାରସାହି ପଞ୍ଚାୟତ ନଳିତା ପାଟିଆ ଗ୍ରାମର ଚୈତନ୍ୟ ଚରଣ ନାୟକଙ୍କ ପୁଅ ରାଜୀବ ଲୋଚନ ନାୟକ (୩୨) ସୋମବାର ରାତି ଆଠଟା ସମୟରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ମିଳିଛି । ରାଜୀବ ନିଜ ଗ୍ରାମ ନିକଟରେ ଥିବା ଲଞ୍ଚ ଓ ଡ଼ଙ୍ଗା ଲାଗୁଥିବା ଜେଠିରେ ନଦୀକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବର ପାଇ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରିପୋର୍ଟ ଲେଖା ହେବାଯାଏ କୌଣସି ସନ୍ଧାନ ମିଳିନଥିବା ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ପାରିବାରିକ କଳହରୁ ରାଜୀବ ନଦୀକୁ ଡେଇଁ ପଡ଼ିଥିବା ସନେ୍ଦହ କରାଯାଉଛି ।