ଆନ୍ତର୍ଜାତୀୟ ସମବାୟ ଦିବସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ ହୋଇଯାଇଛି  । ସମବାୟ ସମିତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଆରସିଏସ୍ ସନ୍ତୋଷ ଦାଶ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମଣ୍ଡଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତି କରଣରେ ସମବାୟର ଭୂମିକା ଶୀର୍ଷକ ଉପରେ ଆଲୋଚନା କରିଥିଲେ  । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସୁଭଦ୍ରା ସ୍ୱୟଂ ସହାୟିକା ଗୋଷ୍ଠୀ, ବଜରଙ୍ଗବଳୀ ସ୍ୱୟଂ ସହାୟିକା ଗୋଷ୍ଠୀ, ହଜୁରେ ମୋଜାହିଦ ମିଲାଦ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା  । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧୮ ଗୋଟି କୃଷି ସମବାୟ ସମିତିର ସମ୍ପାଦକ, ସଭାପତି, ଚାଷୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମ ଶେଷରେ ସହକାରୀ ଉପନିବନ୍ଧକ ଅଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ  ।