ନବାଗତ ଛାତ୍ରାଛତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅନେକ ହିତୋପଦେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ପାରମ୍ପରିକ ଭାବରେ ବିଭାଗର ନାମ ଅର୍କ୍ଷୁଣ୍ଣ ରଖିବା ପାଇଁ ଉପଦେଶ ଦେଇଥିଲେ । ପ୍ରଥାସିଦ୍ଧ ଧାରାରେ ପୁରାତନ ଛାତ୍ରଛାତ୍ରୀମାନେ ନୂତନ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ସେମାନେ ମଧ୍ୟ ଏହି ବିଭାଗର ଗୌରବକୁ ବଢ଼ାଇବା ପାଇଁ ଅଙ୍ଗୀକାର ବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପିକା ଡ. ପୁଷ୍ପାଞ୍ଜଳି ସାମଲ, ଡ. ସୁପ୍ରିୟା ମିଶ୍ର ଓ ଅଧ୍ୟାପକ ଡ. ଆଲୋକ କୁମାର ଛୋଟରାୟ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉପଦେଶ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ +୩ ୨ୟ ଓ ୩ୟ ବର୍ଷର ଛାତ୍ର କିରଣ କୁମାର ଦାଶ ଏବଂ ଛାତ୍ରୀ କାଜଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।