ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

 ବାଲିଅନ୍ତା:  ନାଗପୁର କ୍ରିକେଟ୍ କ୍ଲବ୍ ଦ୍ୱାରା ଦିତୀୟ ବର୍ଷିକ ଅଲ୍ ଓଡ଼ିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭାବରେ ବିକ୍ରମ୍ କେଶରୀ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ୍ସିସିର ଉପଦେ୍ଦଷ୍ଟା ଚକ୍ରଧର ନାୟକ, ସଭାପତି ରଞ୍ଜିତ କୁମାର ମହାରଣା, ସୁଦର୍ଶନ ଦାରୁ କମିଟି, ସଭାପତି ରଞ୍ଜିତ କୁମାର ସାହୁ, ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁ, ବିଜେପି କର୍ମୀ ବିଜୟ କୁମାର ମହାରଣା, ସମାଜ ସେବୀ କିଶୋର ଚନ୍ଦ୍ର ମହାରଣା, ଆଇନ୍ଜୀବୀ ପ୍ରତୀକ ସାମନ୍ତରାୟ, କମଳକାନ୍ତ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ । ଏଟିସି ପୁରୀ ବନାମ ଅଭୟ ଫାଇଟର ମଧ୍ୟରେ ପ୍ରଥମ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା । ଏଟିସି ପୁରୀ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏହାପରେ ଅଭୟ ଫାଇଟର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ୧୧୨ ରନ୍ କରିଥିଲା । ରଞ୍ଜନ ମୁଦୁଲିଙ୍କ ବିଷ୍ଫରକ ବ୍ୟାଟିଂ ୨୩ ବଲ୍ରେ ଅତିରିକ୍ତ ୫୩ ରନ୍ କରିଥିଲେ । ପରେ ଏହାର ଜବାବରେ ଏଟିସି ପୁରୀ ନିର୍ଦ୍ଧାରିତ ୧୦ ଓଭରରେ ତାରା ସମସ୍ତ ୱିକେଟ ହରାଇ ୫୧ ରନ୍ କରି ପରାଜୟ ହୋଇଥିଲା । ୬୧ରନରେ ବିଜୟୀ ଅଭୟ ଫାଇଟର ଟିମର ରଞ୍ଜନ ମୁଦୁଲିଙ୍କୁ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ରୟାଲ ଆଇସିଆର୍ ଭୁବନେଶ୍ୱର ବନାମ ହାଇଟେକ୍ ଏଲେଭେନ ଟିମ୍ ମ୍ୟାଚ୍ ମଧ୍ୟରେ ଖେଳା ଯାଇଥିଲା । ରୟାଲ ଆଇସିଆର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚ୍ରେ ୧୦ ୱିକେଟ୍ ହରାଇ ୭୬ ରନ୍ କରିବାରେ ସକ୍ଷମ ହୋଇଥିଲେ । ବିଜୟ ହାସଲ ପାଇଁ ହାଇଟେକ୍ ଇଲେଭେନ୍ ମ୍ୟାଚ୍କୁ ଶେଷ ଓଭର ପର୍ଯ୍ୟନ୍ତ ଖେଳି ୯ ୱିକେଟ ହରାଇ ୭୮ ରନ୍ କରି ଏକ ୱିକେଟ୍ରେ ମ୍ୟାଚ୍ ଜିତି ଯାଇଥିଲା । ବିଜୟୀ ଟିମର ସାଗର ୨୦ ବୋଲରେ ସର୍ବାଧିକ ୩୦ କରି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୮ ତାରିଖର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶା ପୁଲିସ୍ ସହିତ ମିଡିଆ ଏକ୍ସ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।