ନାବାଳିକା ଅପହରଣ ଅଭିଯୁକ୍ତ କୋର୍ଟଚାଲଣ
ବ୍ରହ୍ମବରଦା : ନାବାଳିକା ଅପହରଣ ମାମଲାରେ ବ୍ରହ୍ମବରଦା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରିଛି । କୋର୍ଟ ଚାଲାଣ ଯୁବକ ବ୍ରହ୍ମବରଦା ଥାନା ଅଧୀନ ବିଲସାହି ଗ୍ରାମର ମଙ୍ଗୁଳି ମଳିକଙ୍କ ପୁଅ ପ୍ରଭୁ (୧୯) ହୋଇଥିବା ବେଳେ ସେ ତାର କିଛି ସହଯୋଗୀ ମିଶି ଗଲା ୧୮ ତାରିଖ ରାତିରେ ବ୍ରହ୍ମବରଦା ଥାନା ଅଧୀନ ଅର୍ଥଙ୍ଗା ପଞ୍ଚାୟତ ଅଞ୍ଚଳର ଜନୈକା ନାବାଳିକାକୁ ତା ଘରେ ପସି ଜୋର ଜବରଦସ୍ତ ଉଠାଇ ନେଇ ଯାଇଥିଲା । ଏନେଇ ନାବାଳିକାର ଭାଇ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ କେସ ନଂ ୧୮୧/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ପୁଲିସ କୌଣସି ସୂତ୍ରରୁ ଖବର ପାଇ ପ୍ରଭୁକୁ ଜଗତସିଂହପୁର ଜିଲ୍ଲା ବାଲିକୁଦାର ବାଲିସାହି ଅଞ୍ଚଳରୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରି ସୁଧାର ଗୃହରେ ଛାଡି ଥିବା ଜଣାପଡ଼ିଛି ।