ବେଆଇନ ପାର୍କିଂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ ଜିଲ୍ଲା ଚୌଦ୍ୱାର ଦେଇ ଯାଇଥିବା ଜାତୀୟ ରାଜପଥ ଏନ୍ଏଚ୍୧୬ ମଙ୍ଗୁଳି ଛକ ନିକଟରେ ବେଆଇନ ପାର୍କିଂ ପାଇଁ ବହୁ ଦୁର୍ଘଟଣା ଘଟୁଥିବାବେଳେ ଟାଙ୍ଗୀ ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗଗୁଡିକୁ ଭିତ୍ତିକରି ଗ୍ରାମାଞ୍ଚଳ ସ୍ଥାନୀୟ ଏସଡିପିଓ ଉମାକାନ୍ତ ନାୟକ, ଟାଙ୍ଗୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ପ୍ରସାଦ ଭଦ୍ର ଏବଂ ଆରଟିଓ ଅଧିକାରୀଙ୍କ ଉପସ୍ଥିତିରେ ମଙ୍ଗୁଳି ଛକ ନିକଟରେ ବେଆଇନ ଭାବେ ପାର୍କିଂ କରିଥିବା ଗାଡି ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଫାଇନ ଆଦାୟ କରାଯାଇଥିଲା । ହାରାହାରି ପାଞ୍ଚଟି ଗାଡିକୁ ଟାଙ୍ଗୀ ଥାନାକୁ ଟଣା ହୋଇ ନେବା ସହିତ ଇ-ଚାଲାଣ ମାଧ୍ୟମରେ ୩୭ଟି ଗାଡି ଠାରୁ ୧,୮୫,୫୦୦ ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି ।