ଟ୍ରାକ୍ଟର-ଅଟୋ ଧକ୍କା: ୪ ଗୁରୁତର ଓ ୩ ଆହତ

 ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ହସନପୁର ଟୋଲପ୍ଲାଜା ନିକଟରେ ଏକ ଟ୍ରାକ୍ଟର ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ,ଫଳରେ ୪ ଜଣ ଗୁରତର ହୋଇଥିବା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି  । ତେବେ ଦୁଇଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ସକାଳ ୧୦ଟା ସମୟରେ (ଓଡି ୩୪ଜି ୮୮୦୪)ଏକ ଯାତ୍ରୀବାହି ଅଟୋ ଘଟଗାଁରୁ ମା ତାରିଣୀଙ୍କ ଦର୍ଶନ ସାରି ଯାଜପୁର ଷ୍ଟେସନ ଅଭିମୁଖେ ଫେରୁଥିବା ବେଳେ ହସନପୁର ଟୋଲପ୍ଲାଜା ନିକଟରେ ଅଟୋ ଟି ଭାରସ୍ୟାମ ହରାଇ ରାସ୍ତା କଡ଼ରେ ଛିଡା ହୋଇ ରହିଥିବା ଟ୍ରାକ୍ଟର (ଓଡି ୨୨ଏସ ୨୦୫୧)କୁ ଧକ୍କା ଦେଇଥିଲା  । ଫଳରେ ଘଟଣାସ୍ଥଳରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଥିଲେ  । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।   ଖବର ପାଇ ଘଟଣାସ୍ଥଳରେ ସାଇଁକୁଳ ଫାଣ୍ଡି ପୁଲିସ ପହଞ୍ଚି ଅଟୋ କୁ ଜବତ କରିଥିବା ବେଳେ ଟ୍ରାକ୍ଟରଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଉକ୍ତ ଟୋଲପ୍ଲାଜାର ଜାତୀୟ ରାଜପଥରେ "ନୋ ପାର୍କିଂ ଜୋନ" ରେ ଶହଶହ ସଂଖ୍ୟାରେ ଗାଡି ଗୁଡିକ ଛିଡା ହୋଇଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି  ।