ଅଶାୟୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚାରେ ରବୀନ୍ଦ୍ର


 ପଟ୍ଟାମୁଣ୍ଡାଇ : ନିର୍ବାଚନ ତାରିଖ ଷୋଷଣାର ଦୀର୍ଘଦିନ ବିତିଯାଇଛି । ହେଲେ ରାଜନଗର ନିର୍ବଚନ ମଣ୍ଡଳୀରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ପ୍ରାର୍ଥୀ ଚୟନ କରିନାହିଁ । ବିଧାୟକ ଭାବେ ଟିକେଟ୍ ପାଇବା ପାଇଁ ୯ଜଣରୁ ଊଦ୍ଧ୍ୱର୍ ବ୍ୟକ୍ତି ଦାବିଦାର ଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳର ରବିନ୍ଦ୍ର ବିଶ୍ୱାଳଙ୍କ ନାମ ହଠାତ ଚର୍ଚ୍ଚାକୁ ଆସିଛି । ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ ଦାୟିତ୍ୱ ନିର୍ବାହ କରି ଆସିଥିବା ଶ୍ରୀ ବିଶ୍ୱାଳ ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ଜନାଶୁଣା ମୁହଁ । କଲେଜ ଜୀବନରୁ ସମାଜ ସେବା ଓ ରାଜନୀତିରେ ପ୍ରବେଶ କରି ପଟ୍ଟାମୁଣ୍ଡାଇର ଉନ୍ନତି ପାଇଁ ବିଭିନ୍ନ ଗଣସଂଗଠନ ସହିତ ମିଶି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସିଥିବା ରବିନ୍ଦ୍ର ଜଣେ ଅନୁଭବି ଓ ଅଭିଜ୍ଞ ବ୍ୟକ୍ତି ଭାବେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି । ନେତୃତ୍ୱ ବିହୀନ ହୋଇ ପଡିଥିବା ପଟ୍ଟାମୁଣ୍ଡାଇକୁ ଦିଗଦର୍ଶନ ଦେବା ପାଇଁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କର ଆବଶ୍ୟକତାକୁ ପଟ୍ଟାମୁଣ୍ଡାଇ ଅଧିବାସୀ ଅନୁଭବ କରି ଆସିଛନ୍ତି । ରବିନ୍ଦ୍ର ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ସକ୍ରିୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କରାଗଲେ ପଟ୍ଟାମୁଣ୍ଡାଇ ଅଂଚଳ ସମେତ ସମଗ୍ର ନିର୍ବାଚନ ମଣ୍ଡଳୀର ବିକାଶ ଶାଧିତ ହୋଇ ପାରିବ ବୋଲି ଅଂଚଳବାସୀ ଆଶା ବାନ୍ଧିଛନ୍ତି ।