ନଦୀରେ ବୁଡି ବୃଦ୍ଧ ମୃତ 

 କୁଆଖିଆ : ଏହି ଥାନା ଅନ୍ତର୍ଗତ କଇଁଚିଶାସନ ଗ୍ରାମର ଜଣେ ବୃଦ୍ଧ ନଦୀକୁ ଶୈାଚ ହେବାକୁ ଯାଇ ପ୍ରାଣ ହରାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଳିକ (୮୫) ନାମକ ବୃଦ୍ଧ ଆଜି ସକାଳେ ଛିଣ୍ଡା ଖରସ୍ରୋତା ନଦୀକୁ ଶୈ ।ଚ ହେବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ଗୋଡ଼ ଖସି ଯିବାରୁ ନଦୀ ଭିତରେ ପଡି ଯାଇ ପ୍ରାଣ ହରାଇଥିଲେ । ସକାଳ ୧୦ ଟା ସମୟରେ ସ୍ଥାନୀୟ ଲୋକମାନେ ଦେଖି ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ସ୍ଥାନୀୟ ମଧୁବନ ମେଡ଼ିକାଲ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ କୁଆଖିଆ ଥାନାରେ ଅଭିଯୋଗ ଦେବା ପରେ ପୋଲିସ୍ ଶବ ଜବତ୍ କରିବା ସହିତ ପୋଷ୍ଟମଟମ୍ ନିମନ୍ତେ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।