ନିଜ ଜିଭକୁ ନିଜେ ବ୍ଲେଡ୍ ରେ କାଟିଦେଲେ
କେନ୍ଦୁଝର: ଘଟଗାଁ ମା ତାରିଣୀ ମନ୍ଦିରରେ ଆଳତୀ ଚାଲିଥିବା ବେଳେ ନିଜ ଜିଭକୁ ନିଜେ ଏକ ବ୍ଲେଡ୍ ସାହାଯ୍ୟରେ କାଟି ଦେଇଛନ୍ତି ଜଣେ ଭକ୍ତ । ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ଘଟିବା ପରେ ତୁରନ୍ତ ମନ୍ଦିର କର୍ମଚାରୀମାନେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
ଅନେକ ସମୟରେ ମାଙ୍କ ପାଖରେ ଜିଭ କାଟିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଗୁଜବ ପ୍ରଚାରିତ ହୋଇଥାଏ । ମନ୍ଦିର ପ୍ରଶାସନ ତରଫରୁ ବାରମ୍ବାର ଏପରି ଗୁଜବର କିଛି ସତ୍ୟତା ନଥିବା କୁହାଯାଉଥିବା ବେଳେ କିଛି ଭକ୍ତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାରମ୍ବାର ଏପରି ଘଟାଉଥିବା ଦେଖିବାକୁ ମିଳିଛି ।