ନିଟ୍ ପିଜି ପରୀକ୍ଷା ସ୍ଥଗିତ

 ନୂଆଦିଲ୍ଲୀ:  ପିଜି ନିଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିଟ୍ ପରୀକ୍ଷା ଦୁଇଟି ସିଫ୍ଟ ବା ପର୍ଯ୍ୟାୟ ବଦଳରେ ଗୋଟିଏ ସିଫ୍ଟରେ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି  । ଏନବିଇଏମସର ସୂଚନା ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଗୋଟିଏ ସିଫ୍ଟରେ ହିଁ କରାଯିବ  । ଆସନ୍ତା ଜୁନ୍ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି  । ଖୁବଶୀଘ୍ର ନୂଆ ପରୀକ୍ଷା ତାରିଖ ଘୋଷଣା କରାଯିବ  ।