ଜେଇଇ ଆଡ଼ଭାନ୍ସଡ ପରୀକ୍ଷା ଫଳ ୫୪୩୭୮ ପାସ୍, ରଜିତ ଟପ୍ପର
ନୂଆଦିଲ୍ଲୀ : ଆଜି ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି । ୫୪୩୭୮ ଜଣ ପରୀକ୍ଷାରେ ପାଶ୍ କରିଥିବାବେଳେ ଆଇଆଇଟି ଦିଲ୍ଲୀ ଜୋନର ରଜିତ ଗୁପ୍ତା ଟପ୍ପର ହୋଇଛନ୍ତି । ତାଙ୍କୁ ୩୬୦ରୁ ୩୩୨ ମାର୍କ ମିଳିଛି । ପରୀକ୍ଷାରେ ପୁଅମାନେ କିନ୍ତୁ ଝିଅଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି । ୯ ହଜାର ଝିଅ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଆଇଆଇଟି ଖଡ଼ଗପୁର ଜୋନର ଦେବଦତ୍ତ ମାଝୀ ଝିଅଙ୍କ ଭିତରେ ଟପ୍ପର ହୋଇଛନ୍ତି । ସେ ୩୬୦ରୁ ୩୧୨ ମାର୍କ ପାଇଛନ୍ତି । ଆଜି ସକାଳ ୬ଟାରେ ଆଇଆଇଟି କାନପୁର ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଗତ ମେ’ ୧୮ରେ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୧ ଲକ୍ଷ ୮୦୪୨୨ ଜଣ ପେପର-୧ ଓ ପେପର-୨ ପରୀକ୍ଷା ଦେଇଥିଲେ ।