‘ନିପା’ ଭାଇରସ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

‘ନିପା’ ଭାଇରସ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ନିପା ଭାଇରସ୍‌କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନର ଦ୍ୱତୀୟ ମହଲାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତରେ ଏହି ବୈଠକ ବସିବ । ପଶ୍ଚିମବଙ୍ଗରେ ନିପା ଭାଇରସ୍‌ ବ୍ୟାପିଥିବା ପରେ ଓଡ଼ିଶା ଲୋକଙ୍କୁ ଆତଙ୍କିତ କରିଛି । ପଶ୍ଚିମବଙ୍ଗକୁ ପ୍ରତିଦିନ ଓଡ଼ିଆ ଲୋକ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ଆଗୁଆ ସତର୍କତା ଓ ଏହାର ମୁକାବେଲା ପାଇଁ ପୂର୍ବ ପ୍ରସ୍ତୁତି ଅବଲମ୍ବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।