ସରକାରଙ୍କ ବିକାଶକୁ ନେଇ ସାମ୍ବାଦିକ ସମ୍ମିଳନୀ

 ରାଇରଙ୍ଗପୁର:  କେନ୍ଦ୍ରସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ସୁଶାସନ ଓ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦେ୍ଦଶ୍ୟରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନ ଠାରେ ପଶ୍ଚିମ ମୟୁରଭଞ୍ଜ ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା,ଜିଲ୍ଲା ଉପସଭାପତି ବିପିନ ମହାନ୍ତ, ଜିଲ୍ଲା ପଛୁଆ ବର୍ଗ ସଭାପତି ବିଜୁ ଗୋପାଲ ଗୋପ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ବିକାଶ ମହାନ୍ତ, ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ, ନଗର ବିଜେପି ସଭାପତି ସୁରଥ ପଟନାୟକ, ଜିଲ୍ଲା ଏସି ସେଲ ସଭାପତି କିଶୋର ରଜକ, ରାଇରଙ୍ଗପୁର ବ୍ଳକ ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ପ୍ରବକ୍ତା  ସତ୍ୟବ୍ରତ ପଣ୍ଡା ଯୋଗ ଦେଇ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ୧ ବର୍ଷର ସଫଳତାକୁ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅତିଥିଗଣ କହିଥିଲେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦୀର୍ଘ ୧୧ ବର୍ଷ ହେଲା ଭାରତକୁ ଏକ ସ୍ଥିର ଓ ପ୍ରଗତିଶୀଳ ଶାସନ ଦେଇଛନ୍ତି । ବହୁଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଯାଇଛି । ତାଙ୍କର ଦୂରଦୃଷ୍ଟି ଓ ସୁଶାସନ ଯୋଗୁଁ ଭାରତ ସାରା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିଛି । ସେହିଭଳି ମୋହନ ସରକାରଙ୍କ ୧ ବର୍ଷର ବିକଶିତ ଓଡ଼ିଶା ପାଇଁ ବହୁ ଜନ କଲ୍ୟାଣ ଯୋଜନା କରିଛନ୍ତି । ମହିଳାଙ୍କୁ ସ୍ୱାଭିମାନୀ ସହ ବଞ୍ଚିବା ପାଇଁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା, ଭୂମିହୀନଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ, ଖାଦ୍ୟ ସୁରକ୍ଷା, ପ୍ରତି ପଞ୍ଚାୟତରେଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ମାଧବ ସିଂ ହାତ ପାଣ୍ଠି ଖର୍ଚ୍ଚ, ଧାନରେ ଇନପୁଟ ସବ୍ସିଡ ୮୦୦ ଟଙ୍କା, ଜନଶୁଣାଣି କାର୍ଯ୍ୟକ୍ରମକୁ ଅଗ୍ରାଧିକାର, ପ୍ରତି ପଞ୍ଚାୟତରେ ସୁଲଭମୂଲ୍ୟରେ ଚାଉଳ, ଗହମ, ତେଲ, ଡାଲି, ଚିନି ବିତରଣ କେନ୍ଦ୍ର ଖୋଲିବା, ୮୦ ବର୍ଷ ବୟସ୍କଙ୍କୁ ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ଇତ୍ୟାଦି ବହୁ ଯୋଜନା ଉପରେ ଅତିଥିଗଣ ବର୍ଷ ଏକ ଉପଲବ୍ଧି ଅନେକ ଉପରେ ବଖାଣି ଥିଲେ । ପରେ ରାଜ୍ୟ ବିଜେପି ପ୍ରବକ୍ତା ସତ୍ୟବ୍ରତା ପଣ୍ଡା ଗଣମାଧ୍ୟମକୁ ସରକାରଙ୍କ ବିକାଶର ଫର୍ଦ୍ଦ ବଖାଣିଥିଲେ ।