ମନମୋହନ ସିଂଙ୍କ ପାଇଁ ମହମବତୀ ଶୋଭାଯାତ୍ରା
ପଟ୍ଟାମୁଣ୍ଡାଇ: ଭାରତର ପୂର୍ବତନ ପ୍ରଧାନମନ୍ତୀ, ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂଙ୍କ ବିୟୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନା, ଜିଲ୍ଲା ଦଳିତ ସେଲ ଅଧକ୍ଷ ସର୍ବେଶ୍ୱର ସେଠୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ରବିନାରାୟଣ ମିଶ୍ର, ପ୍ରଶାନ୍ତ ରାଉତ, ପ୍ରକାଶ ମହାନ୍ତି, ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ସଭାପତି ଦିବେଶ ରାଜଙ୍କ ନେତୃତ୍ୱରେ ଛାତ୍ରକଂଗ୍ରେସ କର୍ମୀମାନେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଠାରୁ ମନମୋହନ ସିଂ ଅମର ରହେ ସ୍ଲୋଗାନ ଦେଇ ମହମବତୀ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲେ । ଶ୍ରୀରାମ ମନ୍ଦିର ଠାରେ ଛାତ୍ର କଂଗ୍ରେସ କର୍ମୀମାନେ ଶ୍ରୀରାମଙ୍କ ନିକଟରେ ମହମବତୀ ଜାଳି ଦିବଂଗତ ମନମୋହନ ସିଂଙ୍କ ଆତ୍ମାର ସଦଗତି କାମନା କରିଥିଲେ ।