ଖଣି ପରିବେଶ ଓ ଖଣିଜ ସମ୍ପଦ ସଂରକ୍ଷଣ ସପ୍ତାହ ପାଳିତ

 କାଳିଆପାଣି: ଇଣ୍ଡିଆନ ବୁ୍ୟରୋଅଫ ମାଇନ୍ସ ଭୁବନେଶ୍ୱର ଜୋନ୍ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସମ୍ପଦ ସଂରକ୍ଷଣ ସପ୍ତାହ ଇମ୍ଫା ପରିଚାଳନା ଧିନ ସୁକିନ୍ଦା ଓ ମହାଗିରୀ ଖଣିରେ ପାଳିତ ହୋଇଯାଇଛି । ପରିଦର୍ଶକ ମଣ୍ଡଳୀର ଆବାହକ ବିକାଶ ମହାନ୍ତି, ଉପସାଧାରଣ ପ୍ରବନ୍ଧକ ନାଲକୋଙ୍କ ନେତୃତ୍ୱରେ ଏବଂ ପରିଦର୍ଶକ ମଣ୍ଡଳୀର ଅନ୍ୟତମ ସଦସ୍ୟ ଭାବେ ସତ୍ୟଜିତ ପଣ୍ଡା, ବରିଷ୍ଠ ଖଣି ପରିଚାଳକ ଏମ୍ଜିଏମ୍ ମିନେରାଲ ପ୍ରାଇଭେଟ୍ ଲିମିଟେଡ, ସୁକିନ୍ଦା-ମହାଗୀରି ଖଣି ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ସୁକିନ୍ଦା ଖଣି ପରିଚାଳକ ସରୋଜ ମହାନ୍ତ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ, ସାଧାରଣ ପ୍ରବନ୍ଧକ ତଥା ଅପରେସନ ମୁଖ୍ୟ ଲଲାତେନ୍ଦୁ ମହାପାତ୍ର ଓ ପରିଦର୍ଶକ ମଣ୍ଡଳୀର ଆବାହକ ବିକାଶ ମହାନ୍ତି ଖଣି ପରିବେଶ ଓ ଖଣିଜ ସମ୍ପଦ ସଂରକ୍ଷଣ ଉପରେ ସଚେତତାତ୍ମକ ଦିଗପ୍ରତି ଆଲୋକପାତ କରିଥିଲେ । ପରିଶେଷରେ ମହାଗୀରି ଖଣି ପରିଚାଳକ ରାଜେଶ ରାମଧର ଶର୍ମା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରେଷ୍ଠ ଶ୍ରମିକ ଭାବେ ମହାଗିରି ବନମାଳୀ ଦେହୁରୀ ଓ ସୁକିନ୍ଦା ଖଣି ନିମନ୍ତେ ଗଙ୍ଗାଧର ପ୍ରଧାନ ପୁରସ୍କୃତ ହୋଇଥିଲେ । ସେହିପରି ୮ଗୋଟି ପଞ୍ଚାୟତର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଜଣାଅଜଣା, ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି କର୍ମଚାରୀଙ୍କ ମଧ୍ୟରେ ଆୟୋଜିତ ପୋଷ୍ଟର, ଶ୍ଲୋଗାନ ପ୍ରତିଯୋଗିତାରେ ପରିଦର୍ଶନ ମଣ୍ଡଳୀ ସଦସ୍ୟଙ୍କ ଦ୍ୱାରା ଯୋଗ୍ୟ ବିବେଚିତ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ପତିତପାବନ ହାଇସ୍କୁଲ ପିମ୍ପୁଡ଼ିଆର ଛାତ୍ରଛାତ୍ରୀ ଚିତାକର୍ଷକ ଏକକ ଏବଂ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିବା ବେଳେ, ସିକୁ୍ୟରିଟି ବିଭାଗ ପକ୍ଷରୁ ଏକ ସୁନ୍ଦର ଷ୍ଟୋରି ନାଟକ ପରିବେଷଣ କରାଯାଇଥିଲା । ଖଣି ବିଭାଗ ଅଧିକାରୀ ଶୁଭମ୍ କୁମାର ସିଂ ଓ ନିଶିଗୁପ୍ତା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଯୋଗାଣ ଶୃଙ୍ଖଳ ବିଭାଗ ମୁଖ୍ୟ ଜିଭି ରାକେଶ, ବରିଷ୍ଠ ଭୁତ୍ୱତବିତ୍ ପରିଚାଳକ କ୍ଷିରୋଦ ମହାପାତ୍ର, ପ୍ରମୋଦ ପାତ୍ର, କ୍ରାନ୍ତି କିରଣ ଭୂୟାଁ, ପ୍ରଜ୍ଞା ପରମିତା ପହି, ପରିବେଶ ବିଭାଗ ପରିଚାଳକ ସତ୍ୟ କୈବଲ୍ୟ ଦାସ, ସମରେନ୍ଦ୍ର ସ୍ୱାଇଁ ପ୍ରଶାସନ ବିଭାଗ ଏବଂ ଲୋକସମ୍ପର୍କ ବିଭାଗ ପ୍ରମୁଖ ସହଯୋଗ କରିଥିଲେ ।