ରବିବାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ ତାରିଖ ରବିବାର କେନ୍ଦୁଝର ଗସ୍ତରେ ଆସିବେ ବୋଲି ଜଣାପଡିଛି  । ରବିବାର ପୂର୍ବାହ୍ନ ୯ ଟା  ୫୦ରେ ଅଙ୍କୁରପୁର ଯଶିପୁରରୁ ହେଲିକପଟରରେ ବାହାରି ୧୦ଟା ୧୦ରେ ଇସି ୧୪୫ ଏୟାରବସ୍ ଭିଟି ହେଲିକାପ୍ଟର ଯୋଗେ କେନ୍ଦୁଝରର ଡିଡି ୟୁନିଭରସିଟିର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ । ୧୦ଟା ୩୦ରେ ଡିଡି ୟୁନିଭରସିଟି ପଡିଆରେ ଆୟୋଜିତ ‘ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି  ।
କାର୍ଯ୍ୟକ୍ରମ ପରେ ୧୧ଟା ୫୫ ରେ ସେଠାରୁ ବାହାରି ୧୨ଟା ୫ରେ ଅସ୍ଥାୟୀ ହେଲିପ୍ୟାଡରେ ପହଁଚିବେ  । ୧୨ଟା ୧୫ରେ ସେଠାରୁ ହେଲିକପ୍ଟର ଯୋଗେ  ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ  । ଚନ୍ଦ୍ରଶେଖର କଲେଜ ଠାରେ ଆୟୋଜିତ ବାର୍ଷିକ ଉସôବ ଏବଂ ପୁରାତନ ଛାତ୍ରମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ  । ୩ଟା ୩୦ରେ ସେଠାରୁ ହେଲିକପ୍ଟର ଯୋଗେ ବାହାରି ୩ଟା ୪୫ରେ ତାଙ୍କର ନିଜ ଗାଁ ରାଇକଳା କ୍ରିକେଟ ପଡିଆ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଁଚିବେ  । ୩ଟା ୫୫ ରେ ସେଠାରୁ ବାହାରି ୪ଟାରେ ରାଇକଳାଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଭାବେ ଯୋଗଦେବେ  । ସେଠାରୁ ରାଇକଳାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ନିଜ ବାସଭବନକୁ ଯିବେ  । ସେଠାରୁ ୬ଟା ୩୦ରେ ବାହାରି ସଡକ ପଥରେ ଆସି ସନ୍ଧ୍ୟା ୭ଟା ୧୦ରେ କେନ୍ଦୁଝର କାଳୀପଡିଆଠାରେ ଆୟୋଜିତ କଳିଙ୍ଗ ହର୍ବାଲ ମେଳାର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେବେ  । ରାତି ୮ଟାରେ ସେଠାରୁ ବାହାରି ୮ଟା ୧୦ରେ କେନ୍ଦୁଝର ସର୍କିଟ ହାଉସରେ ପହଁଚି ସେଠାରେ ରାତ୍ରି ରହଣୀ କରିବେ  । ମାର୍ଚ୍ଚ ୩ ତାରିଖ ସୋମବାର ସକାଳ ୯ଟା ୨୦ ରେ ସର୍କିଟ ହାଉସରୁ ବାହାରି କେନ୍ଦୁଝର ରିଜର୍ଭ ପୋଲିସ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ୯ଟା ୩୦ରେ ପହଁଚିବେ  । ୯ଟା ୪୦ରେ ସେଠାରୁ ଇସି ୧୪୫ ଏୟାରବସ୍ ଭିଟି-ଏଚଏଲ୍କୁ୍ୟ ହେଲିକାପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟା ୪୦ ପହଁଚିବେ  । ୧୦ଟା ୫୦ ମିନିଟରେ ସେଠାରୁ ବାହାରି ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ରେ ୧୧ଟାରେ ଯୋଗଦେବେ ବୋଲି ଜଣାପଡିଛି  ।