ନିର୍ବାଚନ ଅଧିକାରୀଙ୍କ ବୁଥ ପରିଦର୍ଶନ 

 ନୂଆପଡ଼ା : ଆଗାମୀ ୭୧- ନୂଆପଡା ବିଧାନସଭା  ଉପନିର୍ବାଚନ ନିମନ୍ତେ ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି ।  ନୂଆପଡା, କୋମନା ବ୍ଲକ୍ ଓ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବିଭିନ୍ନ ବିଦ୍ୟାଳୟ, ଯେଉଁଗୁଡ଼ିକ ମତଦାନ କେନ୍ଦ୍ର ରୂପେ କାର୍ଯ୍ୟକାରୀ ହେବ ସେଠାରେ ସର୍ବନିମ୍ନ ସୁବିଧା ସୁଯୋଗ ଅଛି ନା ନାହିଁ ତାହା ସୁନିଶ୍ଚିତ କରିଛନ୍ତି । ଏହାସହିତ ବୁଥସ୍ତରୀୟ ଅଧିକାରୀ, ବିଏଲଓମାନଙ୍କ ଦ୍ୱାରା ଭୋଟର୍ ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ ଏସ୍ଏସ୍ଆର୍ ସମ୍ପର୍କରେ ସେମାନଙ୍କ କାର୍ଯ୍ୟାବଳୀ  ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ନୂଆପଡା ବିଡିଓ ରୋହିତ ଭୋଇ, କୋମନା ବିଡ଼ିଓ ସର୍ବେଶ୍ୱର ଜାଲ, ବିଭିନ୍ନ ବିଏଲ ଓ ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ପଡ଼ି ରହିଥିବା ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ନିଜ ଉପସ୍ଥିତିରେ ସଫା କରି ଶିକ୍ଷକ ତଥା ବିଏଲଓମାନଙ୍କୁ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।