ଆତ୍ମନିର୍ଭର ଭାରତ ପାଇଁ ପ୍ରସ୍ତୁତି ବୈଠକ 

 ଗୋଲାମୁଣ୍ଡା  : ଗୋଲାମୁଣ୍ଡା ମଣ୍ଡଳର ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆତ୍ମନିର୍ଭର ଭାରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଭୋକାଲ ଫର ଲୋକାଲକୁ ଗୁରୁତ୍ୱ ଦେଇ ସ୍ୱଦେଶୀକୁ ଆପଣାଇ ବିଦେଶ ବସ୍ତୁକୁ ବର୍ଜନ କରିବା ପାଇଁ ସାରା ଦେଶରେ ସ୍ୱଦେଶୀ ସଂକଳ୍ପ ବାର୍ତ୍ତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ୟମରେ ପ୍ରତ୍ୟେକ ମଣ୍ଡଳ ସ୍ତରରେ ବୈଠକ କରିବା ପାଇଁ ସଂକଳ୍ପ ନିଆଯାଇଛି । ବୈଠକରେ ମୁଖ୍ୟଅତିଥି ଭାବେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ସମ୍ମାନିତ ଅତିଥି ସ୍ଥାନୀୟ ଯୁବନେତା ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଓବିଶି ମୋର୍ଚ୍ଚା ଜିଲ୍ଲା ସାଧରଣ ସମ୍ପାଦକ ଟଙ୍କଧର ନାଏକ, ଜିଲ୍ଲା ସହସଂଯୋଜକ ଆଇଟି ସେଲ ରାମକୃଷ୍ଣ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ଡଳ ସଭାପତି ବୈଶାଖୁ କେତକୀ ସଭା ପରିଚାଳନା କରିଥିବାବେଳ ବେଣୁଧର ସାହୁ, ନକୁଳ ରାଉତ, ଉପେନ୍ଦ୍ର ସିପକା, ପଙ୍କଜ ମହାନନ୍ଦ, ହେମନ୍ତ ବାଗ, ଦୁଃଶାସନ ବାଗ, ଯୁବମୋର୍ଚ୍ଚା ହୁତେଶ ମଶ୍ରା, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା, ବୁଥ ସଭାପତି, ସମ୍ପାଦକ ଉପସ୍ଥିତ ରହି ସହଯୋଗ କରିଥିଲେ ।