ଜିନ୍ଦଲ ଫାଉଣ୍ଡେସନକୁ ଗ୍ରୀନଟେକ୍ ପୁରସ୍କାର

 ଭୁବନେଶ୍ୱର : କୃଷି ପ୍ରୋସôାହନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ୨ଟି ବର୍ଗରେ ସମ୍ମାନଜନକ ଗ୍ରୀନଟେକ୍ ପୁରସ୍କାର ପ୍ରଦାନ କରାଯାଇଛି  । ଜୁନ୍ ୧୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଯେ “ଆମେ ଏହି ପୁରସ୍କାର ଗ୍ରହଣ କରି ଅତ୍ୟନ୍ତ ଆନନ୍ଦିତ  । ଏହି ସ୍ୱୀକୃତି ସାମଗ୍ରିକ ବିକାଶ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ମଜଭୁତ କରୁଛି । ନିରନ୍ତର କୃଷି ପାଇଁ କୃଷକମାନଙ୍କୁ କୁଶଳୀ କରିବା ହେଉ ଅଥବା ବରିଷ୍ଠମାନଙ୍କ ପାଇଁ ସମ୍ମାନଜନକ ପରିବେଶ ତିଆରି କରିବା ହେଉ; ଆମର କାର୍ଯ୍ୟ ସବୁବେଳେ ଗଭୀର ଦାୟିତ୍ୱବୋଧ ଦ୍ୱାରା ପରିଚାଳିତ । ଆମ ଟିମ୍ ଏବଂ ଯେଉଁ ମାନଙ୍କ  ପାଇଁ ଆମେ କାର୍ଯ୍ୟ କରୁଛୁ, ସେମାନଙ୍କୁ ଏହି ପୁରସ୍କାରକୁ ସମର୍ପିତ କରୁଛି” । ଏହି ଦୁଇଟି ସମ୍ମାନ ପାଇଁ ସେ ବିଚାରକମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଛନ୍ତି । କୃଷି ପ୍ରୋସôାହନ କାର୍ଯ୍ୟକ୍ରମ ଅଧୀନରେ ଜେଏସପିର ସାମାଜିକ ସଂସ୍ଥା, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୨୫ହଜାରରୁ ଅଧିକ କୃଷକମାନଙ୍କୁ ଜୈବିକ କୃଷି, ଜଳସଂଚୟ ଉପଯୋଗୀ ସେଚ କୌଶଳ, ଅତ୍ୟାଧୁନିକ କୃଷି ଉପକରଣର ବ୍ୟବହାର ଓ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି । ଏହି ପଦକ୍ଷେପ ଫସଲ ଉତ୍ପାଦନ, କୃଷି ଆୟ ବୃଦ୍ଧି କରିବା ସହ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟତା କରୁଛି  । ପ୍ରାକୃତିକ କୃଷି ପ୍ରକଳ୍ପକୁ ପ୍ରୋସôାହନ ଦେବା ପାଇଁ ସାଂସଦ ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଲକ୍ଷ୍ୟକୁ ଆଧାର କରି, ନିକଟରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଅନୁଗୁଳର ଚାଷୀମାନଙ୍କ ପାଇଁ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ମାଧ୍ୟମରେ ଜେଏସପିର ପଦକ୍ଷେପ “ବରିଷ୍ଠ ନାଗରିକଙ୍କ କଲ୍ୟାଣ” ବର୍ଗରେ ପୁରସ୍କୃତ ହୋଇଛି । ଭ୍ରାମ୍ୟମାଣ କ୍ଲିନିକ, ଦିବା ଯନô କେନ୍ଦ୍ର, ଗୃହ ପରିଦର୍ଶନ, ମାନସିକ ସ୍ୱାସ୍ଥ୍ୟ ସହାୟତା ଭଳି ଅନେକ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଯନô କାର୍ଯ୍ୟକ୍ରମ ହଜାର ହଜାର ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚିଛି ।